Odisha news

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଉଦ୍ୟାପିତ, ୧୨୦ଟି ମଧ୍ୟରୁ ୧୩ଟି ପ୍ରକଳ୍ପ ମନୋନୀତ

0

ତିହିଡି, ୧୯.୧୧(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦହପାଣିଆ ସରକାରୀ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ସୋମବାର ଉଦ୍ୟାପିତ ହୋଇଯାଇଛି । ଏହି ମେଳାରେ ମୋଟ୍ ୧୨୦ଟି ପ୍ରକଳ୍ପ ସ୍ଥାନିତ ହୋଇଥିବା ବେଳେ ତନ୍ମଧ୍ୟରୁ ଉପ-ବିଷୟରେ ୭ଟି ଏବଂ ରାଷ୍ଟ୍ରିୟ ଆବିଷ୍କାର ଅଭିଯାନରେ ୬ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଜଣାଯାଇଛି । ମୁଖ୍ୟ ବିଷୟରେ ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଉପବିଷୟ ମଧ୍ୟରେ ଖାଦ୍ୟ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ପରିବହନ ଏବଂ ଯୋଗାଯୋଗ, ପ୍ରାକୃତିକ ·ଷ, ବିପର୍ଯ୍ୟୟ ପରି·ଳନା, ଗାଣିତି୍ୟକ ମଡେଲିଂ ଏବଂ ଗଣନକାରୀ ଚିନ୍ତାଧାରା, ବର୍ଯ୍ୟବସ୍ତୁ ପରି·ଳନା ଓ ଉତ୍ସ ପରି·ଳନା ଆଦି ପ୍ରକଳ୍ପ ଗୁଡିକ ଏହି ମେଳାରେ ସାମିଲ ହୋଇଥିଲା । ଜିଲ୍ଲା ସ୍ତରରେ ମନୋନୀତ ହେବାପରେ ସେମାନେ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇପାରିବେ ବୋଲି ସୂଚନା ମିଳିଛି । ଅତିଥିମାନେ କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିବା ସହିତ ଏହିପରି ବିଜ୍ଞାନ ମେଳା ମାଧ୍ୟମରେ ନୂଆ ନୂଆ ପ୍ରକଳ୍ପ ସମଗ୍ର ବିଶ୍ୱ ପାଇଁ ଏକ ମାଇଲ୍ ଖୁଣ୍ଟ ସଦୃଶ ବୋଲି ମତ ପ୍ରକାଶ ପାଇଥିଲା । ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଶୁଭସ୍ମିତା ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତାଭାବେ ପ୍ରାଧ୍ୟାପକ ଡ.ପଦ୍ମନାଭ ପତ୍ରୀ, ସମ୍ମାନୀତ ଅତିଥିଭାବେ ମନ୍ତ୍ରୀଙ୍କ ପ୍ରତିନିଧି ଅମୁଲ୍ୟ ସେନାପତି, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ କୁମାର ରାୟ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଉର୍ମିଳା ଗୋଚ୍ଛାୟତ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବାରୋ ସରପଞ୍ଚ ଉଦ୍ଧବ ଚରଣ ନାୟକ, ସମିତି ସଭ୍ୟା ବିଷ୍ଣୁପ୍ରିୟା ପତି, ସମାଜସେବୀ ସରୋଜ କୁମାର ଦାସ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଦାମୋଦର ଜେନା, ରତ୍ନାକର ସାହୁ ଓ ଲକ୍ଷ୍ମୀପ୍ରିୟା ମାଝୀ, ଆୟୋଜକ ସ୍କୁଲର ପ୍ରଧାନ ଶିକ୍ଷକ ସନତ କୁମାର ବେହେରା, ସ୍କୁଲ ପରି·ଳନା କମିଟିର ସଭାପତି ସୋମନାଥ ମଳିକ, ବ୍ଲକ ବିଜ୍ଞାନ ସଂଯୋଜକ ସରୋଜ କୁମାର ଓଝା ଓ ରଶ୍ମିରେଖା ସୂତାର ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ମନ୍ମଥ କୁମାର ଦାସ ମଞ୍ଚ ପରି·ଳନା କରିଥିଲେ । ଦେବବ୍ରତ ଶତପଥି ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ସରୋଜ କୁମାର ଓଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply