Odisha news

ତିହିଡିରେ ବିଜୟା ଦଶମୀ ମହୋତ୍ସବ ଓ ନଗର ସଂକୀର୍ତ୍ତନ ଶୋଭାଯାତ୍ରା

0

ତିହିଡି, ୧୯/୦୪(ଯଦୁମଣି ପାଣିଗ୍ରାହୀ): ଭଦ୍ରକରେ ଶ୍ରୀରାମ ନବମୀ ଉତ୍ସବ ପାଳନର ପରଦିନ ତିହିଡିରେ ଶ୍ରୀରାମ ନବମୀ ସମିତି ଆନୁକୂଲ୍ୟରେ ବିଜୟା ଦଶମୀ ମହୋତ୍ସବ ଓ ନଗର ସଂକୀର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଭକ୍ତଙ୍କ ହାତରେ ଭାରତ ମାତାଙ୍କ ପତାକା ଓ ମୁହଁରେ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ତିହିଡି ବଜାର । ଏହି ଗଣପର୍ବରେ ବିଭିନ୍ନ ଅଞ୍ଚଳରୁ ୩୫ଟି ପ୍ରଜ୍ଞାପନ ମେଢ ଅପରାହ୍ନରେ ଗାଁଗଣ୍ଡାରେ ପରିକ୍ରମା କରିବା ପରେ ସଂଧ୍ୟାରେ ତିହିଡିରେ ଏକତ୍ରିତ ହୋଇଥିଲେ । ସେଠାରୁ କ୍ରମିକ ନମ୍ବର ଅନୁସାରେ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । ବିଭିନ୍ନ ପାରମ୍ପରିକ ନାଚ ଗୀତ ସହିିତ ଡିଜେର ତାଳେତାଳେ ଭକ୍ତମାନେ ମତୁଆଲା ହୋଇଥିଲେ । ମେଢଗୁଡିକୁ ଶ୍ରୀରାମ ମନ୍ଦିର ନିକଟସ୍ଥ ଭେଟନାରୀ ପୋଖରୀରେ ବିସର୍ଜନ କରାଯାଇଥିଲା । ଶ୍ରୀରାମ ନବମୀ ସମିତି ପକ୍ଷରୁ ନଗର ସଂକୀର୍ତ୍ତନ କରାଯାଇଥିଲା । ସେଥିରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ·ନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ସମତେ ତହସିଲଦାର ଜୟଦ୍ରଥ ଆ·ର୍ଯ୍ୟ, ବିଡିଓ ଜ୍ୟୋତିର୍ମୟ କର, ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକ, ପୀରହାଟ ଆଇଆଇସି ଅଜୟ ମୁର୍ମୁ ପ୍ରମୁଖ ଆାଇନ୍ ଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ ରହିଥିବା ବେଳେ ଅତିରିକ୍ତ ତହସିଲଦାର ନମିତା ଧଳ ମାଜିଷ୍ଟ୍ରେଟଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତେବେ ୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସମ୍ପୂର୍ଣ୍ଣ ତିହିଡି ବଜାରକୁ ଜଗି ରହିଥିଲା । ଶହସ୍ରାଧିକ ଭକ୍ତଙ୍କ ଗହଣରେ ପ୍ରଜ୍ଞାପନ ମେଢ ଗୁଡିକ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା । ତିହିଡି ପୋଲିସ ପକ୍ଷରୁ ଥାନା ସମ୍ମୁଖରେ ଜଳଛତ୍ର ଖୋଲା ଯାଇଥିବା ବେଳେ ବଜାର ମଧ୍ୟରେ ବ୍ଲକର ବିଭିିନ୍ନ ସାମାଜିକ ସଂଗଠନ ପକ୍ଷରୁୁ ପଣା, ଗ୍ଲୋକୋଜ୍ ଓ ଓଆରଏସର ପାଣି ପ୍ରଦାନ ସହିତ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ,ଅଭିମନୁ୍ୟ ସେଠୀ, ଦୀନବନ୍ଧୁ ପତି, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ ଓ ପ୍ରଦୀପ ବଳ, ଅଶୋକ ଦାସ, ଉଦୟ ନାରାୟଣ ମଲ୍ଲିକ, ଦୁର୍ଗାଚରଣ ନାୟକ, ଅଜୟ ନାୟକ, ସୁରେନ୍ଦ୍ର ନାୟକ, କମଳାକାନ୍ତ ଲେଙ୍କା, ସରୋଜ ଦାସ, ବାଣୀକଲ୍ୟାଣ ମହାପାତ୍ର, ଦେବେନ୍ଦ୍ର ପୁହାଣ, ବାପୁଜୀ ନାୟକ, ଗଣେଶ ମଲ୍ଲିକ, ସଞ୍ଜିବ ବେହେରା, ଭରତ ସାହୁ, ଝରଣା ଜେନା, ତପନ ପାଢୀ, ରାଜକିଶୋର ନାୟକ, ଅଜୟ ମହାପାତ୍ର, ବିପିନ ବିହାରୀ ପତି, ପ୍ରମୋଦ ଦାସ, ଦୀପକ ସ୍ୱାଇଁ ଓ ବୁଦ୍ଧଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀରାମ ନବମୀ ସମିତିର ସଭାପତି କିଶୋର କୁମାର ନାୟକ, ଉପସଭାପତି ରବିନ୍ଦ୍ର ଦାସ, ସମ୍ପାଦକ ଯଯାତି କେଶରୀ ଦାସ, ସହସମ୍ପାଦକ ରାଜେଶ ନାୟକ, କୋଷାଧ୍ୟକ୍ଷ ନୀଳମଣି ସାବତ, ସର୍ବବ୍ୟବସ୍ଥା ପ୍ରମୁଖ ସୀତାକାନ୍ତ ନାୟକ, ଉପଦେଷ୍ଟା ବିଶ୍ୱଜିତ ବେହେରା, ରଘୁନାଥ ପାତ୍ର, ଗଗନ ମହାନ୍ତି, ଦେବବ୍ରତ ପାଢ଼ୀ, ଶୁକଦେବ ମଳିକ, ଗଙ୍ଗାଧର ଦତ୍ତ, କାର୍ଯ୍ୟକର୍ତ୍ତା ଅଜୟ ନାୟକ, ପ୍ରଶାନ୍ତ ବଳ, ତପନ ପଣ୍ଡା, ତପୁନ ପାଣି, ହରିଶ୍ଚନ୍ଦ୍ର ନାୟକ, ନିତ୍ୟାନନ୍ଦ ଜେନା, ଚନ୍ଦ୍ରକାନ୍ତ ନାଥ, ପ୍ରିୟବ୍ରତ ପାଢ଼ୀ ଓ ପି.ହୃଷିକେଶ ପ୍ରମୁଖ ପରି·ଳନା କରିଥିଲେ । ଏଥିସହ ହରିଦ୍ୱାର ଋଷିକେଶ କୈଳାସ ଆଶ୍ରମରୁ ସ୍ୱାମୀ କୈବଲ୍ୟା ନନ୍ଦ ଗିରି ଓ ମହର୍ଷି ବାଲ୍ମିକୀ ଆଶ୍ରମରୁ ବାବା ଶ୍ରୀଗଙ୍ଗାରାମ ଦାସ ଯୋଗଦେଇ ପରିସରକୁ ଉତ୍ସବ ମୁଖର କରିଥିଲେ । ଏଠାରେ ସୂଚନା ଥାଉକି, ଏହି ପର୍ବକୁ ଅଧିକ ସରସ ସୁନ୍ଦର କରିବା ଲାଗି ସପ୍ତାହବ୍ୟାପି ଗଣଦୌଡ, ବାଇକ୍ ଶୋଭାଯାତ୍ରା, ମହିଳାମାନଙ୍କ ଦ୍ୱାରା କଳସ ଶୋଭାଯାତ୍ରା, ଦୈନିକ ସଂଧ୍ୟାରେ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଆରସାରେ ଗୋମାତା ଓ ସାଧୁସନ୍ଥ ପୂଜନ କରାଯାଇଥିଲା ।

Leave A Reply