Odisha news

ମଙ୍ଗରାଜପୁର ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0

ତିହିଡ଼ି, ୦୭/୦୪(ଯଦୁମଣି ପାଣିଗ୍ରାହୀ), ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ମଙ୍ଗରାଜପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବାସନ୍ତୀଲତା ସେଠୀ ଏବଂ ପୂର୍ବତନ ଶିକ୍ଷୟିତ୍ରୀ ରମାମଣି ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାସଙ୍କ ପୌରୋହିତ୍ୟରେ ଏବଂ ବରିଷ୍ଠ ଶିକ୍ଷକ ଦୀନରଂଜନ ପାଢ଼ୀଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷାଧିକାରୀ ଦାମୋଦର ଜେନା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ବିଇଓ ମଧୁସୂଦନ ସେଣ୍ଢ, ସମ୍ମାନିତ ଅତିଥି ଭାବେ ତିହିଡ଼ି ବ୍ଲକ ଶିକ୍ଷକ ସଂଘ ସଭାପତି ମୟାଧର ସାହୁ, ସଂପାଦକ ରମାକାନ୍ତ ଦାସ, ସଂଗଠନ ସମ୍ପାଦକ ଶ୍ରୀନାଥ ମଲିକ, କୋଷାଧ୍ୟକ୍ଷ ମନ୍ମଥ ଦାସ, ଶିକ୍ଷକ ସହ ସମ୍ପାଦକ ବଂଶୀଧର ଦାସ ପ୍ରମୁଖ, ପ୍ରକ୍ତନ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ବାରିକ ଯୋଗ ଦେଇ ବକ୍ତବ୍ୟ ରଖିବା ସହ ଅବସର ନେଇଥିବା ଦୁଇ ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋସ୍କୁଲ ଅଭିଯାନ ସଭାପତି ମନୋଜ ସୋନପତି, ଶିକ୍ଷାବିତ୍ ଅମୂଲ୍ୟ କୁମାର ସେନାପତି, ସମାଜସେବୀ ପ୍ରିୟବ୍ରତ ପାଢ଼ୀ, ବସନ୍ତ ପଣ୍ଡା ଅଭିଭାଷଣ ରଖିଥିଲେ । ପାଟଣାସାହି କ୍ଲଷ୍ଟର ସିଆରିସିସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲର ସମସ୍ତ ଅବିଭାବକ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ସୁମିତ୍ରା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ଉଷାରାଣୀ ମିଶ୍ର ମାନପତ୍ର ପାଠ ଓ ଶିକ୍ଷକ ସଂଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ନୀଳମଣି ବିଶ୍ୱାଳ, ଭୂମିକା ମଲିକ, ବାଳବତୀ ଧଳ, ବାସନ୍ତୀ ପାତ୍ର ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply