Odisha news

୧୦ରେ ନିରାକାରପୁର ହାଇସ୍କୁଲ ପଡ଼ିଆରେ ତ୍ରୟୋଦଶ ଶମ୍ଭୁ ମିଳନ

0
ନିରାକାରପୁର,୭/୪: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ହାଇସ୍କୁଲ ପଡ଼ିଆରେ ୧୦ ତାରିଖର ଅପରାହ୍ନ ୩ଟା ବେଳେ ତ୍ରୟୋଦଶ ଶମ୍ଭୁ ମିଳନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ତ୍ରୟୋଦଶ ଶମ୍ଭୁ ମିଳନରେ ନିରାକାର ପୁର ଗ୍ରାମର ନିଳକଣ୍ଠଶ୍ଵର ଦେବ, ଲେଣ୍ଡୁ ର ଚନ୍ଦନେଶ୍ଵର ଦେବ, ରାମାବିଲି -ନିଳକଣ୍ଠେଶ୍ଵର ,ସୋଢ଼ରପୁର    କପିଳେଶ୍ଵର, ବାଦୁରବର କୁମୁଦେଶ୍ୱେର ଦେବ, ବୋଦଙ୍ଗରା ଲୋକନାଥ ଦେବ, ଆସେଲି ଚନ୍ଦନେଶ୍ଵର ଦେବ, ଅରାଞ୍ଚଳର ଗ୍ରାମେଶ୍ଵର ଦେବ, ବାଲିଗାଁ କପିଳେଶ୍ୱର ଦେବ, ଗୋଳବାଈ କୃଷ୍ଣେଶ୍ୱର ଦେବ, ରୋଷଣା ଇଷାନେଶ୍ୱର୍ ଦେବ , ପାଣ୍ଡବପାଟଣାର କପିଳେଶ୍ୱର ଦେବ ଓ ହଜ ନାଟ୍ୟଶ୍ଵର ଦେବ ପ୍ରମୁଖ ଠାକୁର ଏହି ସ୍ଥଳକୁ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଆସିବା ପରେ ପୂଜାର୍ଚ୍ଚନା କରାଯିବ। ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରି ପ୍ରଭୁଙ୍କ ଆଶିଷ ଲାଭ କରିବାକୁ ବହୁ ସଂଖ୍ୟାରେ ଭକ୍ତଙ୍କୁ ଯୋଗଦାନ କରିବାକୁ  ତ୍ରୟୋଦଶ ଶମ୍ଭୁ ମିଳନ କମିଟି ପକ୍ଷରୁ    ଜଣାଯାଇଛି।
Nalco
Leave A Reply