Odisha news

ବିଧାୟକଙ୍କ ଦ୍ୱାରା ଗନ୍ଧର୍ବପୋଖରୀ ଓ କମାରିଆରେ ଶିଳାନ୍ୟାସ ଓ ଉଦ୍ଘାଟନୀ ଉତ୍ସବ

0

ତିହିଡି, ୦୩/୦୩(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ଗନ୍ଧର୍ବପୋଖରୀ ଓ କମାରିଆ ଗାଁରେ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା(ଟ୍ରିପ) ଅନୁମୋଦିତ ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥ ଆରୁହା ଠାରୁ କନାଟିଆ ଭାୟା ଗନ୍ଧର୍ବ ପୋଖରୀ ରାସ୍ତା ନିର୍ମାଣ ଲାଗି ଶିଳାନ୍ୟାସ କରାଯାଇଛି । ୬.୪୦ କୋଟି ଟଙ୍କାରୁ ଉର୍ଦ୍ଧ ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରାଯିବ ବୋଲି ସୁଚନା ମିଳିଛି । ସେହିପରି ୮୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟବରାଦରେ ସିଂଦୋଳ-ଆରୁହା ବିଦୁ୍ୟତ ଷ୍ଟ୍ରକଚରରୁ ରେଳପଥ ଦେଇ ଗନ୍ଧର୍ବପୋଖରୀ ଗାଁ ମୁଣ୍ଡରେ ଅବସ୍ଥାପିତ ଟ୍ରାନ୍ସଫର୍ମର ଉଦ୍ଘାଟନ କରଥିଲେ ବିଧାୟକ । ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ଓ ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ ଏହି ଦୁଇ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପୂର୍ବତନ ମନ୍ତ୍ରୀ ଓ ବିଧାୟକ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ସ୍ୱପ୍ନ ଥିଲା । ତାଙ୍କ ଉଦ୍ୟମରେ ପ୍ରଶାସନିକ ସ୍ତରରେ ବିଭିନ୍ନ ସମୟରେ କ୍ଷେତ୍ରୀୟ ତଦନ୍ତ କରାଯାଇଥିଲା ଏବଂ ଏବେ ତାଙ୍କ ପୁତ୍ର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ଉଦ୍ୟମରେ ସଂପ୍ରତି କାର୍ଯ୍ୟକାରୀ ହେବାକୁ ଯାଉଛି । ଯାହାକୁ ନେଇ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କୈଳାସ ଚନ୍ଦ୍ର ଦାସ, ପ୍ରହ୍ଲାଦ ବଳ, ଗୟାଧର ବଳ, ରବିନ୍ଦ୍ର ବଳ, ଦିଗମ୍ବର ବଳ, ବୁଦ୍ଧିରାମ ନାୟକ, ରବିନ୍ଦ୍ର ଦାସ, ଗଣେଶ ବଳ, କୈଳାସ ବଳ, ରାଜେନ୍ଦ୍ର ବଳ, ଶ୍ରୀକାନ୍ତ ଦାସ, ଅଭିମନୁ୍ୟ ଦାସ, ଉଦୟ ବଳ, ବିଶ୍ୱନାଥ ବଳ ଓ ଅଜୟ ବଳ ପ୍ରମୁଖ ଗ୍ରାମବାସୀ । ଶେଷରେ କମାରିଆ ଗାଁରେ ମା’ ବୀଣାପାଣି ଗୋଷ୍ଠୀ କେନ୍ଦ୍ର ସହ ବିଜୟଶ୍ରୀ କଲ୍ୟାଣ ମଣ୍ଡପର ଶୁଭ ଉଦ୍ଘାଟନ କରାଯାଇଥିଲା । ଗ୍ରାମାଞ୍ଚଳରେ ଏପରି କଲ୍ୟାଣ ମଣ୍ଡପର ଆବଶ୍ୟକତା ରହିଛି ଏବଂ ଦିବଂଗତ ନେତା ସ୍ୱଗର୍ତ ବିଜୟଶ୍ରୀ ରାଉତରାୟଙ୍କ ପରିକଳ୍ପନା ଥିଲା ଯାହା ଆଜି ତାଙ୍କ ସୁପୁତ୍ରଙ୍କ ହାତରେ ଉଦ୍ଘାଟିତ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ମତପ୍ରକାଶ ପାଇଛି । ମଙ୍ଗଳପୁର ସେବା ସମିତି ସମିତିର ପୂର୍ବତନ ସଭାପତି ପ୍ରବୀର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବିଜୟଶ୍ରୀ କଲ୍ୟାଣ ମଣ୍ଡପ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଷ୍ଣୁବ୍ରତ ରାଉତରାୟ, ସମ୍ମାନୀତ ଅତିଥିଭାବେ ବିଧାୟକଙ୍କ ବଡଭାଇ ଦୁର୍ଗାବ୍ରତ ରାଉତରାୟ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ଉପାଧ୍ୟକ୍ଷା ସୁଭଦ୍ରା ଶତପଥି, ଜିଲ୍ଲା ପରିଷଦ ସଭ୍ୟା ସୁମତୀ ସେଠୀ, ବାହାବଳପୁର ସରପଞ୍ଚଲକ୍ଷ୍ମୀପ୍ରିୟା ମାଝୀ, କୋହ୍ଲ ସରପଞ୍ଚ କୈଳାସ ପରିଡା, ସମିତି ସଭ୍ୟ ନକୁଳ ଚରଣ ବାରିକ ଓ ତିଳୋତ୍ତମା ବେହେରା, ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା, ବରିଷ୍ଠ ନେତା ସୁରେନ୍ଦ୍ର ନାୟକ, ବାପୁଜୀ ନାୟକ, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, କୈଳାସ ପରିଡା, କିର୍ତ୍ତନ ରାଉତ, ଉମାକାନ୍ତ ସେଠୀ, ପଞ୍ଚାୟତ ସଭାପତି ମହେଶ୍ୱର ବାରିକ ପ୍ରମୁଖ ମଞ୍ଚସୀନ ହୋଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଗାମୀ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଷଷ୍ଠ ଥର ମୁଖ୍ୟମନ୍ତ୍ରୀଭାବେ ଏବଂ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ପୂନର୍ବାର ବିଧାୟକଭାବେ ଜିତାଇବା ଲାଗି ଏବେଠାରୁ ପଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ୱାର୍ଡମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ତେଇ ନଦୀ କନାଟିଆ-ଲହୁଣିପାଳ ଗାଁର ମଧ୍ୟମ ସ୍ଥଳ ଚିଙ୍ଗିଡାନାଶି ଠାରେ ଏକ ସେତୁ ନିର୍ମାଣ ଲାଗି ୯.୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କମାରିଆରେ ଆୟୁରବେଦିକ୍ ମେଡିକାଲ ଗୃହ ନିର୍ମାଣ ଲାଗି ୪୦ ଲକ୍ଷ, ମଙ୍ଗଳପୁରରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ୪୨ ଲକ୍ଷ ଟଙ୍କା ଏବଂ କମାରିଆ ଏମଇ ସ୍କୁଲକୁ ଫାଇଭ୍-ଟିରେ ଅର୍ନ୍ତଭୁକ୍ତ କରାଯାଇଥିବା ବିଧାୟକ ଶ୍ରୀ ରାୟ ସୂଚନା ଦେଇଛନ୍ତି । ରବିନ୍ଦ୍ର ପାଣି, ଅରୁଣ ବାରିକ, ରାଜେନ୍ଦ୍ର ବଳ, ମୃତୁ୍ୟଞ୍ଜୟ ରାଉଳ, ଶିବ ମହାଳିକ, ମନୋରଞ୍ଜନ ଦାସ, ରାଜକିଶୋର ନାୟକ, ରାଧାଶ୍ୟାମ ବଳ, ଦୈତାରୀ ନାୟକ, ନାରାୟଣ ନାୟକ, ତ୍ରିଲୋଚନ ନାୟକ, ସୂର୍ଯ୍ୟମଣି ଦାସ, ସନାତନ ସେଠୀ, ବିନୋଦ ସେଠୀ, ବିପିନ ବାରିକ, ପ୍ରହ୍ଲାଦ କୁଅଁର, ଭରତ କାଣ୍ଡି, ସୁନିଲ ମାଝୀ, ସୟଦ୍ କାଲା, ଶଶଧର ମଲ୍ଲିକ, ବିଶ୍ୱଜିତ ସେଠୀ, ବୁଦ୍ଧିଆ ନାୟକ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।

Leave A Reply