Odisha news

ହଜାରେ ଟଙ୍କା ପାଇଁ ଦୁଇଦିନ ହେଲା ଧାଉଁଛନ୍ତି ହିତାଧିକାରୀ

0

ତିହିଡି, ୨୪/୦୨(ଯଦୁମଣି ପାଣିଗ୍ରାହୀ) : ହଜାରେ ଟଙ୍କା ପାଇଁ ଦୁଇଦିନ ହେଲା ଧାଉଁଛନ୍ତି ହିତାଧିକାରୀ । କୌଣସି କମିଶନ ମିଳୁ ନଥିବାରୁ ରିଟେଲର ସମୟାନୁସାରେ ଖାଉଟିଙ୍କୁ ସୂଚନା ଦେଉନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଆଜି ନାହିଁତ କାଲି ମିଳିବ, ତମ ଟଙ୍କା କେହି ନେଇଯିବେ ନାହିଁ ଏବଂ ଟଙ୍କା ବଣ୍ଟନ ଦାୟିତ୍ୱରେ ନିୟୋଜିତ ଅଙ୍ଗନୱାଡି ସୁପରଭାଇଜର ନଆସିଲେ ମୁଁ କ’ଣ କରିବି ବୋଲି ରିଟେଲର କହିିବାରୁ ହିତାଧିକାରୀମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ହଜାରେ ଟଙ୍କା ପାଇବା ପାଇଁ ଭୁବନେଶ୍ୱରରେ ରହୁଥିବା ହିତାଧିକାରୀ ମଧ୍ୟ ଗାଁକୁ ଆସି ହଟହଟା ହେଉଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଉଭୟ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ତଦନ୍ତ କରି ଅବହେଳା କରିଥିବା ରିଟେଲର ଓ ସୁପରଭାଇଜରଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ସୂର୍ଯ୍ୟମଣି ନାୟକ, ଗଣେଶ ପରିଡା, ଅଭିମନୁ୍ୟ ମହାଳିକ, ପରମେଶ୍ୱର ମଳିକ, ପ୍ରଫୁଲ ବାରିକ, ରବିନ୍ଦ୍ର ପାଣିଗ୍ରାହୀ, ଭାଗିରଥି କାଣ୍ଡି, ଯୁଗଳ ଦେବନାଥ, ମନମୋହନ ମଳିକ, ସରସ୍ୱତୀ ପରିଡା, ଜାଡି ସେଠୀ, ସୁଲୋଚନା ବେହେରା, ଯଶୋଦା ପରିଡା, ମମତା ବେହେରା, ପ୍ରତିମା ସାହୁ, ମହେଶ୍ୱର ବାରିକ ପ୍ରମୁଖ ହିତାଧିକାରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ମଙ୍ଗଳପୁର ଗାଁର ୩ ନମ୍ବର ୱାର୍ଡରେ । ଗୁରୁବାର ସଂଧ୍ୟାରୁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ହଜାରେ ଟଙ୍କା ମିଳିବା ନେଇ ଶୁକ୍ରବାର ସକାଳୁ ଖାଉଟି ହିତାଧିକାରୀଙ୍କୁ ରିଟେଲର ପକ୍ଷରୁ ସୂଚନା ଦିଆ ଯାଇଥିଲା । ଯାହାକୁ ନେଇ ସମସ୍ତ ହିତାଧିକାରୀ ଏକତ୍ରିତ ହୋଇଥିଲେ । ମଧ୍ୟାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇଥିଲେ ପରେ ଅପରାହ୍ନରେ ଆସିବା ବେଳକୁ ସଂପୃକ୍ତ ସୁପରଭାଇଜର ଛୁଟିରେ ଥିବାନେଇ ଆଜି ଟଙ୍କା ବଣ୍ଟନ କରାଯିବ ନାହିଁ ବୋଲି ସୂଚନା ମିଳିଥିଲା ଏବଂ ଶନିବାର ପୂନଶ୍ଚ ସକାଳୁ ମିଳିବ ବୋଲି କୁହାଯାଇଥିଲା । ମାତ୍ର ଶନିବାର ସକାଳୁ ହିତାଧିକାରୀ ଏକତ୍ରିତ ହୋଇଥିଲେ । ମଧ୍ୟାହ୍ନ ଯାଇ ଅପରାହ୍ନ ହେଲା । ଶେଷରେ ୪.୩୦ ଘଟିକାରେ ସୁପରଭାଇଜରଙ୍କ ସମେତ ସଂପୃକ୍ତ ରିଟେଲର ଗାଁରେ ପହଞ୍ଚିଥିଲେ । ଏବଂ ଦିନତମାମ ଲିଙ୍କ୍ ଫେଲ୍ ଥିବାନେଇ ଖାଉଟି ୱେବ୍ ପୋର୍ଟାଲ ଖୋଲୁନଥିବା କହିଥିଲେ । ଏଭଳି ସମସ୍ୟା ଯଦି ଲାଗି ରହିଥିଲା ଗାଁ ଲୋକଙ୍କୁ ଖବର ଦେଇନଥିଲେ କ’ଣ ହୋଇନଥାଆନ୍ତା ବୋଲି ପ୍ରଶ୍ନ କରିଥିଲେ ହିତାଧିକାରୀ । ଯାହାକୁ ନେଇ ସାମୟିକଭାବେ ପାଟିତୁଣ୍ଡ ଓ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଶେଷରେ ଅପରାହ୍ନ ପ୍ରାୟ ୫ ଘଟିକାରେ ୱେବ୍ ପୋର୍ଟାଲ୍ ଖୋଲାଯାଇଥିଲା ଏବଂ ରାତି ୧୦ ଘଟିକା ପର୍ଯ୍ୟନ୍ତ ଖାଉଟି ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ବିଡିଓ ଜ୍ୟୋତିର୍ମୟ କରଙ୍କୁ ପ·ରିବାରୁ ଗତକାଲି ସୁପରଭାଇଜର ଅନ୍ୟ କାମରେ ବ୍ୟସ୍ତ ଥିବା ଏବଂ ଆଜି ନେଟ୍ୱାର୍କ ଧୀର ଥିବା ନେଇ ହିତାଧିକାରୀମାନଙ୍କୁ ଅପେକ୍ଷା କରିବାକୁ କହିଛନ୍ତି ।

Govt
Leave A Reply