Odisha news

ମଙ୍ଗଳପୁର ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ

0

ତିହିଡି, ୨୧/୦୨(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ନିର୍ବାଚନ ମଣ୍ଡଳୀ ତଥା ତିହିଡି ବ୍ଲକ ଅଧିନ ମଙ୍ଗଳପୁର ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ନୂତନ ପଞ୍ଚାୟତ ଗଠିତ ହେବାପରେ ନିର୍ବାଚିତ ପ୍ରତିନିଧି ପଞ୍ଚାୟତର କୌଣସି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିନଥିଲେ । ଦୁଇ ବର୍ଷ ହେଲା ବିଜେଡି ହାତକୁ ଆସିବା ପରେ ଏକ ପ୍ରକାର ସାମଗ୍ରୀକ ଉନ୍ନତି ହୋଇଛି । ବିଧାୟକଙ୍କ ପ୍ରତ୍ୟେକ୍ଷ ସହଯୋଗ କ୍ରମେ ବହୁ ପ୍ରକଳ୍ପ ହାତକୁ ନିଆଯାଇଛି ଏବଂ ଯାହାବି ବାକି ରହିଛି ନିଶ୍ଚୟ ପୂରଣ କରାଯିବ । ଗମନାଗମନ ଠାରୁ ଆରମ୍ଭ କରି ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, ଭତ୍ତା, ରେସନ କାର୍ଡ ଆଦି କ୍ଷେତ୍ରରେ ହିତାଧିକାରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି । ଅନ୍ୟପଟେ ରାଜ୍ୟ ନବୀନ ସରକାର କ୍ଷମତାକୁ ଆସିବା ପରେ ଗରିବ ଗୁରୁବାଙ୍କ ସ୍ଥିତି ବଦଳିଛି । ପୂର୍ବରୁ ଲୋକେ ମୌଳିକ ସୁବିଧାରୁ ବଞ୍ଚôତ ହେଉଥିଲେ ହେଲେ ବିଜେଡି କ୍ଷମତାକୁ ଆସିବା ପରେ ଆଉ ସେ ଅବସ୍ଥା ନାହିଁ । ମୌଳିକ ସୁବିଧା ପ୍ରଦାନରେ ବିଜେଡି ସରକାରଙ୍କ ଏକ ଐତିହାସିକ ବିଜୟ । ନବୀନ ପଟ୍ଟନାୟକଙ୍କଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଏବଂ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ଦ୍ୱିତୀୟ ଥର ବିଧାୟକଭାବେ ଜିତାଇବା ଲାଗି ଏବେଠାରୁ ପଣ କରିବାକୁ ହେବ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ବିଜେଡି ନେତା ପୂର୍ବତନ କୋହ୍ଲ ସରପଞ୍ଚ ସୁରେନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକଙ୍କ ବଡଭାଇ ଦେବୀବ୍ରତ ରାଉତରାୟ, ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା, ସମିତି ସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ବିଜେଡି ବ୍ଲକ ସଭାପତି ରଘୁନାଥ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ଲେଙ୍କା, ସିନେ୍ଦାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି ଓ ସୁରେନ୍ଦ୍ର ନାୟକ, ମୁକୁନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କିର୍ତ୍ତନ ରାଉତ, କୋହ୍ଲ ପଞ୍ଚାୟତର ସମିତି ସଭ୍ୟା ତିଳୋତ୍ତମା ବେହେରା, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଉମାକାନ୍ତ ସେଠୀ, ଯୁବନେତା ଛନ୍ଦା ଚରଣ ନାୟକ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ବିଭିନ୍ନ ପ୍ରକାରର ଷ୍ଟଲ ପ୍ରଦର୍ଶିତ କରାଯାଇଥିଲା । ପଞ୍ଚାୟତର ୧୦୮ ଜଣଙ୍କର ନୂତନ ଭତ୍ତା ସମେତ ସମସ୍ତ ପୁରୁଣା ଭତ୍ତା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ମହିଳା ମହାସଂଘର ସଭାନେତ୍ରୀ ମଞ୍ଜୁଲତା ବାରିକ ଓ ସମ୍ପାଦିକ କାମିନୀ ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରି·ଳନା କରିଥିଲେ । କୈଳାସ ଦାସ, ରାଜେନ୍ଦ୍ର ବଳ, ଦିବାକର ମହାଳିକ, ବୁଦ୍ଧିରାମ ନାୟକ, ଶିବ ମହାଳିକ, ରବି ମାନ୍ନା, ବାବାଜୀ ବାରିକ, କୈଳାସ ରଣା, ସଦାନନ୍ଦ ବଳ, ରବିନ୍ଦ୍ର ପାଣି, ପଦ୍ମାବତୀ ସେଠୀ, ସୁଲୋଚନା ରାଉଳ, ରଞ୍ଜୁଲତା ଗାହାଣ, ରଞ୍ଜୁଲତା ମହାନ୍ତି, ଅନୁସୟା ନାୟକ, ଲକ୍ଷ୍ମୀପ୍ରିୟା ମହାଳିକ, ବିନୋଦ ସେଠୀ, ଦେବାଶିଶ ମହାଳିକ, ବିପିନ ଦାସ, ମନୋରଞ୍ଜନ ଦାସ, ସନାନତ ସେଠୀ, ସୂର୍ଯ୍ୟମଣି ଦାସ, ରାଧାଶ୍ୟାମ ବଳ, ଦୈତାରୀ ନାୟକ, ନାରାୟଣ ନାୟକ, ରାଜକିଶୋର ନାୟକ, ରାଜେନ୍ଦ୍ର ନାୟକ, ତ୍ରିଲୋଚନ ନାୟକ ପ୍ରମୁଖ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

 

Leave A Reply