ତିହିଡି, ୧୧/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ମହରମପୁରରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଗାଁର ଉନ୍ନତି କରିବା ଲକ୍ଷ୍ୟରେ ବହୁ ପ୍ରକଳ୍ପ ହାତକୁ ନିଆଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷକମାନଙ୍କ ସୁବିଧା ଲାଗି ଜଳସେଚନ ସହିତ ଅମଳ ଧାନକୁ ସରକାରୀ ଦରରେ ବିକ୍ରି କରିବାର ସୁଯୋଗ ସୃଷ୍ଟି କରିବା, ମହିଳାମାନଙ୍କ ସ୍ୱାବଲମ୍ବୀ ପାଇଁ କମ୍ ସୁଧ ହାରରେ ଋଣ ପ୍ରଦାନ କରିବା, ସ୍ୱାସ୍ଥ୍ୟ ସେବା ଲାଗି ବିଏସକେୱାଇ କାର୍ଡ ପ୍ରଚଳନ, ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ଫାଇଭ୍-ଟି ଯୋଜନା କାର୍ଯ୍ୟକାରୀ କରାଯାଇଛି । ସେହିପରି ପଞ୍ଚାୟତ ସ୍ତରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ ଓ ସୁଗମ ପରିବହନ ବ୍ୟବସ୍ଥା କରାଯାଇଛି । ବିଶେଷ କରି ଲକ୍ଷ୍ମୀ ଯୋଜନା, ଆହାର ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଉଥିବା ଅନୁଦାନ ରାଶି ଯୋଜନା ପ୍ରମୁଖ ଯୋଜନା ଗୁଡ଼ିକ ଗ୍ରାମାଞ୍ଚଳର ରୂପରେଖ ବଦଳାଇଛି ଓ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଉଦ୍ବୋଧନ ଦେଇଥିଲେ । ଏହା ବ୍ୟତିତ ଯଦି କାହାରି କୌଣସି ସମସ୍ୟା ଅଥବା ମୌଳିକ ସୁବିଧାରୁ ବଞ୍ଚôତ ରହିଥା’ନ୍ତି ତେବେ ଏହି ସଚେଚନତା ଶିବିର ମାଧ୍ୟମରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପଞ୍ଚାୟତରେ ଥିବା ମହିଳା ଗୋଷ୍ଠୀଗୁଡ଼ିକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଷ୍ଟଲ ଗୁଡ଼ିକ ପ୍ରଦର୍ଶିତ କରିଥିଲେ । ସରପଞ୍ଚ ତାପସ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଶିବିରରେ ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ସିନେ୍ଦାଳ ସରପଞ୍ଚ ସୁପ୍ରଭା ପାଣି, ସୁରେନ୍ଦ୍ର ନାୟକ, ରଘୁନାଥ ପଣ୍ଡା, କମଳାକାନ୍ତ ଲେଙ୍କା, ପୂର୍ବତନ ସରପଞ୍ଚ ବିଷ୍ଣୁ କୁଅଁର, ଗୌରୀଶଙ୍କର ବେହେରା ଓ ସମିତି ସଭ୍ୟ ଧର୍ମାନନ୍ଦ ବେହେରା ପ୍ରମୁଖ ମଞ୍ଚାସୀ ହୋଇଥିଲେ । ପ୍ରାରମ୍ଭରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତିଲତା ବାରିକ ଭଜନ ଗାନ୍ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭଜନ ସମାରୋହ ସହିତ ନୃତ୍ୟ ସଂଗୀତରେ ପଞ୍ଚାୟତବାସୀ ବିଭୋର ହୋଇଥିଲେ । ଜିଆରଏସ ପ୍ରଶାନ୍ତ ଦାସ, ଶରତ ରାଉତ, ଅଜୟ ବେହେରା, ଅକ୍ଷୟ ସେଠୀ, ରତିକାନ୍ତ ଦାସ, ହରେକୃଷ୍ଣ ଆ·ର୍ଯ୍ୟ, ପ୍ରଦୀପ ନାୟକ, ରାଜେନ୍ଦ୍ର ଦାସ, ରବିନ୍ଦ୍ର ରାଉତ, ସନ୍ତୋଷ ରାଉତ, ବିଭୁତି ଭୁଷଣ ଦାସ, ରମାକାନ୍ତ ମଳିକ, କରୁଣାକର ମଳିକ, ରମେଶ ମଳିକ, ପ୍ରଶାନ୍ତ ବୈୟାରୀ, ଧନଞ୍ଜୟ ବେହେରା ପ୍ରମୁଖ ପରି·ଳନାରେ ସହଯୋଗକ କରିଥିଲେ ।