Odisha news

ସିନେ୍ଦାଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ୩୫ତମ ବାର୍ଷିକ ଉତ୍ସବ

0

ତିହିଡି,୨୬/୦୧(ଯଦୁମଣି ପାଣିଗ୍ରାହୀ) ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ତିହିଡି ବ୍ଲକ ଆରୁହାସ୍ଥିତ ସିନେ୍ଦାଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠର ୩୫ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସିନେ୍ଦାଳ ପଞ୍ଚାୟତର ସରପଞ୍ଚ ସୁ୍ପ୍ରଭା ପାଣି, ସମ୍ମାନୀତ ଅତିଥିଭାବେ ସମିତି ସଭ୍ୟ ନକୁଳ ଚରଣ ବାରିକ, ପୂର୍ବତନ ସରପଞ୍ଚ ମୀନକେତନ ସେନାପତି ଓ ବୈକୁଣ୍ଠନାଥ ପାଣି ଓ ପରି·ଳନା କମିଟିର ସଭାପତି ସୁକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ପାଠ ପଢି ବିଦ୍ୟାଳୟ ଓ ପିତାମାତାଙ୍କର ଟେକ ରଖିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ସନ୍ତୋଷ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଲଲାଟେନ୍ଦୁ ମହାପାତ୍ର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ବିଦ୍ୟପୀଠର ଅନୁଷ୍ଠିତ ହୋଇଥିବା ଲମ୍ବଡିଆଁ, ଉଚ୍ଚଡିଆଁ, ସଟ୍ଫୁଟ୍, ଡିସକସ୍ ଥ୍ରୋ, ମୁ୍ୟଜିକ୍ ଚେୟାର, ଭୋକାଲ ସଙ୍ଗ, ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଆଦିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୨୨-୨୩ ବର୍ଷରେ ଚମ୍ପିଆନ୍ ହୋଇଥିବା ସୋନେଶ ଦାସ ଓ ବର୍ଷାରାଣୀ ନନ୍ଦ, ୨୦୨୩-୨୪ ବର୍ଷରେ ଚମ୍ପିଆନ୍ ହୋଇଥିବା ସତ୍ୟପ୍ରକାଶ ଦତ୍ତ ଓ ବର୍ଷା ପ୍ରିୟଦର୍ଶନୀ ରଥ ଏବଂ ୨୦୨୩-୨୪ ବର୍ଷରେ ବେଷ୍ଟ ଷ୍ଟୁଡେଣ୍ଟଭାବେ ନିତିଶ କୁମାର ଜେନାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । ପ୍ରଶାନ୍ତ ମିଶ୍ର, ନୃସିଂହ ଚରଣ ପଣ୍ଡା, ଅଭୟ ସେନାପତି, ଦାଉଦ ଅଲ୍ଲି ସାହାଜୀ, ଭାଗିରଥି ବେହେରା, ବାଇଧର ଜେନା ଓ ଅଶୋକ ନାୟକ ପ୍ରମୁଖ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପରିଚାଳନା କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ।

Leave A Reply