Odisha news

କମାରିଆ ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ

0

ତିହିଡି,୨୦/୦୧(ଯଦୁମଣି ପାଣିଗ୍ରାହୀ) ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ସ୍ଥିତ ଏପିଏସପିଏସ ହାଇସ୍କୁଲରେ ଶୁକ୍ରବାର ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତିଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ମୁଖ୍ୟବକ୍ତା ଭାବେ ବିଭୂିତ ଭୂଷଣ ସେନାପତି, ସମ୍ମାନିତ ଅତିଥି ଭାବେ ରବି କୁମାର ମହାନ୍ତି ଓ କୃପାସିନ୍ଧୁ ମହାନ୍ତି, ପରିଚାଳନା କମିଟି ସଦସ୍ୟ ତଥା ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ ଯୋଗ ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା ଭରି ରହିଛି । ଏହାର ପରିପ୍ରକାଶ ପାଇଁ ସରକାରଙ୍କ ପକ୍ଷରୁ ଯେଉଁସବୁ କାର୍ଯ୍ୟକ୍ରମ କରାଯାଉଛି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଶଳୀ, ଜିଜ୍ଞାସା, କ୍ରୀଡ଼ାଙ୍ଗନ, ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାହିତ୍ୟ ସୃଜନୀ ଆର୍ଯ୍ୟଲେଲିନ ସେଠୀ, କୌଶଳୀରେ ଦିବ୍ୟରଂଜନ ମହଳିକ, ଜିଜ୍ଞାସା ପ୍ରସନ୍ନ୍ଜିତ ଦାସ, ଆମକଥାରେ ସନ୍ଧ୍ୟାରାଣୀ ନାୟକ, କ୍ରୀଡ଼ାଙ୍ଗନରେ ସୂର୍ଯ୍ୟକାନ୍ତ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ବିପ୍ଳବ କୁମାର ପହି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ମୃତୁ୍ୟଞ୍ଜୟ ପାଣି ବେଦପାଠ କରିଥିଲେ । ଶିକ୍ଷକ ରଞ୍ଜନ କୁମାର ଦାସ, ସରୋଜ କୁମାର ପରିଡ଼ା, ତାରାକାନ୍ତ ପତି, ପ୍ରଭାତ ଜେନା, ଶିକ୍ଷୟିତ୍ରୀ ମଞ୍ଜୁଲତା ଜେନା ପ୍ରମୁଖଙ୍କ ସମେତ ଶିକ୍ଷାକର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply