ତିହିଡି, ୧୯.୦୧(ଯଦୁମଣି ପାଣିଗ୍ରାହୀ) ବିଶିଷ୍ଟ ଶିକ୍ଷକ ନେତା ଭାଗିରଥି ଦାଶଙ୍କ ସହଧର୍ମିଣୀ ନିଶାମଣି ଦାଶଙ୍କ ପରଲୋକ ଘଟିଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ୮୪ ବର୍ଷ ବୟସରେ ତାଙ୍କ ଚାନ୍ଦବାଲି ପାଞ୍ଚପଡା ସ୍ଥିତ ବାସଭବନରେ ପରଲୋକ କରିଛନ୍ତି । ନିଶାମଣି ଥିଲେ ଚାନ୍ଦବାଲି ବ୍ଲକର ଜଣେ ସମାଜସେବିକା ତଥା ଜଣେ ଦରଦୀ ମାଆ । ଅନେକ ଗରିବ ପିଲାଙ୍କୁ ଭଲମଣିଷ କରାଇବାରେ ମାତା ନିଶାମଣି ଆଶାବାଡି ପରି କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଶ୍ରମିକ ନେତା ମଳୟ ଭୋଇ, ଯୁବ ନେତା ଅଶୋକ ବେହେରା, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଗୌରାଙ୍ଗ ଯେନା,କୃଷକ ନେତା ବ୍ରହ୍ମାନନ୍ଦ ପରିଡା, ଦିବାକର ସେନାପତି, ଫକୀର ସ୍ୱାଇଁ, କ୍ଷେତମଜଦୂର ୟୁନିୟନର ଚାନ୍ଦବାଲି ବ୍ଲକ ସଭାପତି ଘନଶ୍ୟାମ ଦାସ, ଚାନ୍ଦବାଲି ଓକିଲ ସଂଘ ସଭାପତି ଯୁଗୋଜ୍ୟୋତି ବେହୁରିଆ, ସଂପାଦକ ପ୍ରିୟ ରଞ୍ଜନ ମହାନ୍ତି, ସରକାରୀ ଓକିଲ ପ୍ରଭାତ ନାୟକ, ଆଇନଜୀବୀ ପ୍ରଭାସ ଶୁଭଦର୍ଶନ ମହାନ୍ତି, ରଜନୀକାନ୍ତ ମହାନ୍ତି, ଯତୀନ୍ଦ୍ର ମହାନ୍ତି, ଆଦିତ୍ୟ ବିଶ୍ୱାଳ, ବିଶ୍ୱଭୂଷଣ ରଣା, ଉପେନ୍ଦ୍ର ରାଉଳ, ଯୁବ କଂଗ୍ରେସ ନେତା ବଦ୍ରି ନାରାୟଣ ନାୟକ, କଂଗ୍ରେସ ନେତା ନିର୍ମଳ ନାୟକ, ସମାଜସେବୀ ବିଶ୍ୱରଞ୍ଜନ ମହାନ୍ତି, ଯୁବ ବ୍ୟବସାୟୀ ସତ୍ୟଜିତ୍ ପଟ୍ଟନାୟକ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚô ଶବ ଶୋଭାଯାତ୍ରାରେ ସାମିଲ ହୋଇ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ନିଶାମଣି ଦାଶଙ୍କ ମୃତ୍ୟୁ ଖବର ଶୁଣି ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ, ଭଦ୍ରକ ଓକିଲ ସଂଘର ସଭାପତି ବରିଷ୍ଠ ଆଇନଜୀବୀ ନିରାକାର ଜେନା, ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ତଥା ଭଦ୍ରକ ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ)ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଚନ୍ଦ୍ରଶେଖର ନାୟକ, ଆଇନଜୀବୀ ଗିରିଧାରୀ ନାଥ, ଏସ୍ଏଫ୍ଆଇ ରାଜ୍ୟ ସଂପାଦକ ଷ୍ଟାଲିନ ଟିଂଟନ ଲେଙ୍କା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ନିଶାମଣି ଦାଶଙ୍କ ଜ୍ୟୋଷ୍ଠ ପୁତ୍ର ଆଇନଜୀବୀ ପ୍ରଶାନ୍ତ ଦାଶ ଓ ତାଙ୍କ ପରିବାର ବର୍ଗ ଚାନ୍ଦବାଲିସ୍ଥିତ ସ୍ୱର୍ଗଦ୍ୱାରରେ ପହଁଞ୍ଚô ଶେଷ କୃତ୍ୟ ସମ୍ପନ୍ନ କରିଥିଲେ ।