ତିହିଡି, ୧୯/୦୧(ଯଦୁମଣି ପାଣିଗ୍ରାହୀ) ଭଦ୍ରକ-ଧାମରା ରେଳପଥର ଗଦି ବଜାର ନିକଟସ୍ଥ ରେଲୱେ ଟ୍ରାକ ଉପରେ ୧୦ ଦାବିନେଇ ଯୁବ କଂଗ୍ରେସ ପକ୍ଷରୁ ରେଳରୋକ ସହିତ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଏହି ୮ ଘଣ୍ଟିଆ ରେଳରୋକ ଫଳରେ ଧାମରା ବନ୍ଦରର ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଜଣା ଯାଇଛି । ଏହି ଗଣଧାରଣାକୁ ସମର୍ଥନ ଦେଇ ସ୍ଥାନୀୟ ଅଞ୍ଚଳ ତଥା ତିହିଡି, ଚାନ୍ଦବାଲି ଓ ଧାମରାରୁ ବହୁ ମହିଳା, ଚାଷୀ, ଦିନ ମଜୁରିଆ, ଜନସାଧାରଣ ଓ ଶହସ୍ରାଧିକ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ । ଧାମରା ବନ୍ଦରରେ ସ୍ଥାନୀୟ ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ, ସରକାରଙ୍କ ଗାଇଡ଼ ଲାଇନ୍ ଅନୁସାରେ ବନ୍ଦରରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସମସ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରିବା, ରେଳ ଲାଇନ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ସଠିକ ଭାବେ ଡ୍ରେନେଜ ସୁବିଧା କରିବା, ପ୍ରଦୂଷଣରୁ ମୁକ୍ତି ପାଇଁ ବୃକ୍ଷରୋପଣ କରିବା, ପ୍ରତ୍ୟେକ ବ୍ଲକକୁ ଆମ୍ବୁଲାନ୍ସ ସେବା ଯୋଗେଇ ଦେବା, ଉପାନ୍ତ ଅଞ୍ଚଳବାସୀଙ୍କ ହିତ ପାଇଁ ସମସ୍ତ ପ୍ରକାରର ବିକାଶ ମୂଳକ କାର୍ଯ୍ୟ କରିବା, କୋଇଲା ବୋଝେଇ ମାଲବାହୀ ଟ୍ରେନ ଗୁଡିକ ସମ୍ପୂର୍ଣ ଭାବେ ଆବରଣ କରାଯିବା, କମ୍ପାନୀ ପେ ରୋଲରୁ କେତେ ଓଡ଼ିଆ ଯୁବକ ଓ ଯୁବତୀ ନୁଯୁକ୍ତି ପାଇଛନ୍ତି ତାହାର ସଠିକ ବିବରଣୀ ପ୍ରଦାନ କରିବା, ରେଳପଥ ପାଇଁ ଜମି ହରେଇ ଥିବା ପରିବାରର ଜଣେ ସଦସ୍ୟଙ୍କୁ କମ୍ପାନୀ ପେ ରୋଲ ରେ ନିଯୁକ୍ତି ଦେବା ଆଦି ଦାବି ଅନ୍ତର୍ଭୁକ୍ତ ରହିଛି । ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର ଓ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶକ୍ତି ପ୍ରତାପ ବିଶ୍ୱାଳଙ୍କ ମିଳିତ ଆନୁକୂଲ୍ୟରେ ପିସିସିର ମୁଖପାତ୍ର ରଜନୀକାନ୍ତ ମହାନ୍ତି, ସୋସିଆଲ ମିଡ଼ିଆ ଅଧକ୍ଷ ଅମୀୟ ପାଣ୍ଡବ, ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ପୂର୍ବତନ ପିସିସି ସମ୍ପାଦକ ସମାଜସେବୀ ସତ୍ୟାନନ୍ଦ ରାଉତ, ମନୋଜ ବିଶ୍ୱାଳ, ତିହିଡି ବ୍ଲକ ସଭାପତି ସରୋଜ କୁମାର ଦାସ, ·ନ୍ଦବାଲି ଏନଏସି ସଭାପତି ବଦ୍ରିନାଥ ନାୟକ, ବୈଲୋଚନ ପଣ୍ଡା, ଧୀରେନ୍ଦ୍ର କୁମାର ବେହେରା, ବସନ୍ତ ନାୟକ, ସୁଦର୍ଶନ ସ୍ୱାଇଁ, ସତ୍ୟ ପୁହାଣ, ସୌମ୍ୟ ରଞ୍ଜନ ବାରିକ, ଦିଲ୍ଲିପ ବିଶ୍ୱାଳ, ସରପଞ୍ଚ ପ୍ରମିଳା ମାଝୀଙ୍କ ସମେତ ଅଖିଳ ଭାରତୀୟ ଜାତୀୟ କୃଷକ ସଂଗଠନର କର୍ମକର୍ତ୍ତର୍ା ମାନେ ଯୋଗଦେଇ ରେଳରୋକକୁ ସଫଳ କରାଇଥିଲେ । ଏହି ଅବସରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଦିଗଛିଆ ବଜାରରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଜରିଆରେ ସାଧାରଣ ଲୋକଙ୍କୁ ରେଳରୋକ ସମ୍ପର୍କରେ ଅବଗତ କରାଯାଇଥିଲା । ଅପରାହ୍ନ ପ୍ରାୟ ୪ ଘଟିକାରେ ଧାମରା ଆଦାନୀ କମ୍ପାନୀର ର୍ତ୍ତୃୃପକ୍ଷ ଧାରଣା ସ୍ଥଳରେ ପହଁଞ୍ଚô ନେତୃମଣ୍ଡଳୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏକ ସପ୍ତାହ ମଧ୍ୟରେ ଦାବି ପୂରଣ ସମ୍ପର୍କରେ ଆଲୋଚନା କରାଯାଇ ଲିଖିତ ଭାବେ ଜଣାଇବା ଲାଗି ପ୍ରତିଶୃତି ଦେବା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା ।