ତିହିଡ଼ି,୧୨/୦୧(ଯଦୁମଣି ପାଣିଗ୍ରାହୀ) ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ପୀରହାଟ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବିଜ୍ଞାନମେଳା ଓ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରଛାତ୍ରୀମାନେ ୬୪ ଗୋଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ସେହିପରି ୧୦୪ ଗୋଟି ଫ୍ୟାାନ୍ସି କାର୍ଯ୍ୟକ୍ରମ ମଧ୍ୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ତିହିଡ଼ି ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ଲକ୍ଷ୍ମୀପ୍ରିୟା ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମାଜସେବୀ ବିଜୟ କୁମାର ରାଉତ, ବିଜୟ କୁମାର ପଣ୍ଡା, ନରେନ୍ଦ୍ର ମିଶ୍ର, ଲକ୍ଷ୍ମିପ୍ରିୟା ଯତି, ଦେବବ୍ରତ ମିଶ୍ର ଓ ସଞ୍ଜୟ ମହାନ୍ତି ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. ପଦ୍ମନାଭ ପତି୍ର, ପୀରହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁଦୀପ୍ତ ପ୍ରଧାନ, ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ପାଲ, ରାଧାକାନ୍ତ ମଲିକ ବିଚାରକ ଭାବେ ଯୋଗଦେଇଥିଲେ । ସେହିପରି ଫ୍ୟାନ୍ସି କାର୍ଯ୍ୟକ୍ରମରେ ସୁକୁମାର ପାଣିଗ୍ରାହୀ ଓ ସୁଚରିତା ନାୟକ ବିଚାରକଭାବେ ଯୋଗଦେଇଥିଲେ । ପଣ୍ଡିତ ରଘୁନାଥ ଦାଶ ଓ ଦିଲେଶ୍ୱର ଆଚାର୍ଯ୍ୟ ବେଦମନ୍ତ୍ର ପାଠ କରିଥିଲେ । ଦେବବ୍ରତ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।