ତିହିଡି,୨୬/୦୭: ତିହିଡି ବ୍ଲକ ଅଧିନ ବାରସର ପଞ୍ଚାୟତରେ ୨ଟି ରାସ୍ତା ନିର୍ମାଣ ଲାଗି ମଞ୍ଜୁର ହୋଇଥିବା ଅର୍ଥକୁ ଗୋବିନ୍ଦପୁର ପଞ୍ଚାୟତରେ ବିନିଯୋଗ କରାଯାଇଛି । ପଞ୍ଚାୟତର ସରପଞ୍ଚ ଏବଂ ପ୍ରଶାସନିକ ଅଧିକାରୀଙ୍କ ସଲାସୁତୁରାରେ ବେଆଇନ ଭାବେ ଏହି କାର୍ଯ୍ୟ କରାଯାଇଥିବା ଦର୍ଶାଯାଇଛି । ବାରସର ପଞ୍ଚାୟତର ଅଧିବାସୀ ମାନେ ସୋମବାର ଏ ସଂପର୍କରେ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ, ବିଡିଓ, ବ୍ଲକ ସହକାରୀ ଯନ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକର ମାନ ଯାଞ୍ଚ କରାଯିବା ସହ ବେଆଇନ ଭାବେ କରାଯାଇଥିବା ପ୍ରକଳ୍ପକୁ ବାତିଲ କରିବା ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଛନ୍ତି ।
ଏହା କରା ନ ଗଲେ ସେମାନେ ଅନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ମେଡିକାଲ ଠାରୁ ପିଏମ୍ଜିସି ରୋଡ୍ ନିର୍ମାଣ ଲାଗି ୩ ଲକ୍ଷ ଟଙ୍କା ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଉପେନ୍ଦ୍ର ମହାକୁଡ ଘର ଯାଏଁ ରାସ୍ତା ମେଟାଲ ମୋରମ ପାଇଁ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ମାତ୍ର ଏହି କାର୍ଯ୍ୟକୁ ଗୋବିନ୍ଦପୁର ପଞ୍ଚାୟତରେ କରାଯାଇଛି । କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଏବଂ ନିର୍ଦ୍ଧାରିତ ମାପ ଠାରୁ କମ୍ କରାଯାଇ ଅର୍ଥ ହରିଲୁଟ ପାଇଁ ଯୋଜନା କରାଯାଇଛି । ସେହିପରି ୧୬ ନଂ ୱାର୍ଡରେ ଦଶରଥ ମହାକୁଡ ଘର ଠାରୁ ୟୁପି ସ୍କୁଲ ଯାଏଁ ରାସ୍ତା କଂକ୍ରିଟିକରଣ କାର୍ଯ୍ୟ ନିମ୍ନମାନର କରାଯାଇଥିବା ଦର୍ଶାଯାଇଛି ।
ସିମେଣ୍ଟ ପରିମାଣ କମ୍ ଦିଆଯାଇ ୧ଫୁଟ ବଦଳରେ ୫ ଇଞ୍ଚ ମୋଟେଇ କରାଯାଇଛି । ଏହାକୁ ନେଇ ବାରସର ପଞ୍ଚାୟତବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ରାଜାରାମ ମହାକୁଡ, ଉମାକାନ୍ତ ବାରିକ, ବଳଭଦ୍ର ମହାକୁଡ, ଶିବପ୍ରସାଦ ମହାକୁଡ, ମନୋରମା ସାହୁ, କାଳନ୍ଦୀ ବିଶ୍ୱାଳ, ଜ୍ୟୋତ୍ସ୍ନାରାଣୀ ମିଶ୍ର, ରୋହିତ କୁମାର ସାହୁ, ସୁଦର୍ଶନ ସାହୁ, ମାଧୁରୀ ମିଶ୍ର ପ୍ରମୁଖ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି । ବିଡିଓ ବସନ୍ତ କÿୁମାର ସାହାଣୀ କହନ୍ତି-ଅଭିଯୋଗର ତଦନ୍ତ ପରେ କାର୍ଯାନଷ୍ଠାନ ଗ୍ରହଣ କରାଯିବ ।
Comments are closed.