ତିହିଡି,(ଯଦୁମଣି ପାଣିଗ୍ରାହୀ)୦୧/୦୨: ତିହିଡିର ଅଗ୍ରଣୀ ସାହିତ୍ୟ ସଙ୍ଗଠନ ସପ୍ତସ୍ୱର ସାହିତ୍ୟ ସଙ୍ଗୀତ ସାଂସ୍କୃିକ ସଙ୍ଗଠନର ଦଶମ ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣରେ ଅନୁଷ୍ଠିତ କବିତା ପାଠୋତ୍ସବରେ ସଙ୍ଗଠନର ଉପ ସଭାପତି ଗଣେଶ ପ୍ରସାଦ ରାଉତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ କବି ସଞ୍ଜିତ କୁମାର ବଳ, ମୁଖ୍ୟବକ୍ତା ଭାବେ କଥାକାର ମୁକ୍ତିକାନ୍ତ ନାୟକ ଓ ସମ୍ମାନୀତ ଅତିଥି ଭାବେ ସ୍ତମ୍ଭଲେଖକ ଯଦୁମଣି ପାଣିଗ୍ରାହୀ ଯୋଗ ଦେଇଥିଲେ । କାବ୍ୟ କବିତାର ଛନ୍ଦରେ ଜୀବନର ରୂପ କଳ୍ପ ଥାଏ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
କବି ଅରୁଣ କୁମାର ପଣ୍ଡା ଓ ଗଗନ ବିହାରୀ ପାଣିଗ୍ରାହୀଙ୍କ ସଂଯୋଜନାରେ କବି ଭଗବାନ ପାଣିଗ୍ରାହୀ, ଆଶୁତୋଷ କରଣ, କୃପା ମହାନ୍ତି, ବିପ୍ଳବରଞ୍ଜନ ପତି, ଗୟାଧର ସେଠୀ, ଭାଗିରଥି ବଳ, ମଥୁରାମୋହନ ବେହେରା, ଗୌରାଙ୍ଗ ନନ୍ଦ, ସୁବାସ କୁଣ୍ଡ, ଅମୂଲ୍ୟ ସେନାପତି ଓ ମନୋଜ ପାଣିଗ୍ରାହୀ ପ୍ରମୁଖ କବିତା ପାଠ କରିଥିଲେ । ଶ୍ରେଷ୍ଠ କବିତାର କବି ଭାବେ ଭଗବାନ ପାଣିଗ୍ରାହୀ, କୃପା ମହାନ୍ତି ଓ ବିପ୍ଳବ ରଞ୍ଜନ ପତିଙ୍କୁ ସମ୍ମାନୀତ କରାଯାଇଥିଲା । ଅପରାହ୍ଣରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଙ୍ଗଠନର ସଭାପତି କିଶୋର ନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟାପିକା ଉଷାରାଣୀ ଜେନା ଓ ମୁଖ୍ୟବକ୍ତା ଭାବେ ଆଇନଜୀବୀ ବସନ୍ତ ଖିଲାର ଯୋଗ ଦେଇଥିଲେ ।
ଏହି ଅବସରରେ ସଙ୍ଗଠନ ପକ୍ଷରୁ ବିଶିଷ୍ଟ ତବଲା ବାଦକ ହରିବନ୍ଧୁ ସାହୁ, କବି ମୁକୁନ୍ଦଦେବ ନାୟକ ଓ ହେମନ୍ତ କୁମାର ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମାରିଆ ଗୁରୁକୁଳ ଅଶ୍ରମର ଅଧ୍ୟକ୍ଷ ଦୈତାରୀ ଜେନା ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ । ଗଗନ ବିହାରୀ ମହାନ୍ତି ବିବରଣୀ ପାଠ କରିଥିଲେ । ପରେ ମନମୋହନ ସଙ୍ଗୀତ ପରିଷଦର ଅଧ୍ୟକ୍ଷ ଡ.କେଶବ ଚନ୍ଦ୍ର ଜେନା ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ । ସଂପାଦକ ତଥା ସଙ୍ଗୀତକାର ଗଙ୍ଗାଧର ଦତ୍ତ, ଗୟାଧର ଦତ୍ତ ଓ ପଞ୍ଚାନନ ଦତ୍ତକାର୍ଯ୍ୟକ୍ରମରେ ସହାୟତା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ, ଭାଙ୍ଗଡା, ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯିବା ସହ ଏକକ ଅଭିନୟ ମଞ୍ଚସ୍ଥ ହୋଇଥିଲା । ବାଇଧର ସାହୁ, ଅଜୟ ନାୟକ, ଦିଲୀପ ହାତୀ, ଦୀପାନ୍ୱିତା ସାହୁ, ପ୍ରଶାନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।