Odisha news

କେନ୍ଦ୍ର ବଜେଟ – ୨୦୨୧ ଦେଶର ଯୁବ ବର୍ଗଙ୍କ ସ୍ପପ୍ନକୁ ପୁରଣ କରିବା ଦିଗରେ ଏହି ବଜେଟ ଆଗାମୀ ଦିନରେ ବଡ ଭୂମିକା ନେବ : ସମୀର ମହାନ୍ତି

0

 ବଜେଟରେ ଚାଷୀମାନଙ୍କୁ ସହଜରେ ଋଣ ପ୍ରଦାନ କରିବା ଓ ମଣ୍ଡିଗୁଡିକର ଭିତିଭୂମି ବିକାଶିତ କରାଯିବା ନେଇ ବ୍ୟବସ୍ଥା ରହିଛି
 ଏହି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ବୈପ୍ଲବିକ ପରିବର୍ତନର ଲକ୍ଷ୍ୟ ରଖାଯାଇଛି
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ରରେ ପ୍ରେରଣା ପାଇ ଏହି ବଜେଟ ପ୍ରସ୍ତୁତ ହୋଇଛି
 ଦେଶର ସବୁ ବର୍ଗର ଲୋକମାନଙ୍କ ଆଙ୍କାକ୍ଷାକୁ ପୁରଣ କରିବା ଦିଗରେ ଏ ସରକାର କାମ କରିବ
ଭୁବନେଶ୍ୱର,ତା.୦୧/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ । ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଆଣିଥିବା ଏହି ବଜେଟ ସବୁ ବର୍ଗକୁ ସୁହାଇଲା ଭଳି ହୋଇଛି । ମୋଦିଜୀଙ୍କର ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବ । ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି । ଏହି ବଜେଟରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୃଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଓ ସୁଯୋଗର ସମାନତା ଉପରେ ସାଧାରଣ ପୁରୁଷ ଓ ମହିଳା ଉପକୃତ ହେବେ । ଏହି ବଜେଟ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ଏବଂ ଭିତଭୂମି କ୍ଷେତ୍ର ପାଇଁ ସକାରତ୍ମକ ପରିବର୍ତନ ଆଣିବ । ଦେଶର ଯୁବ ବର୍ଗଙ୍କ ସ୍ପପ୍ନକୁ ପୁରଣ କରିବା ଦିଗରେ ଏହି ବଜେଟ ଆଗାମୀ ଦିନରେ ବଡ ଭୂମିକା ନେବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶରେ କୃଷି କ୍ଷେତ୍ରକୁ ଆଗ୍ରାଧୀକାର ଦେବା ଏବଂ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ବଜେଟକୁ ପ୍ରସ୍ତୁତ କରାଯାଇଛି । ଏହି ବଜେଟରେ ଚାଷୀମାନଙ୍କୁ ସହଜରେ ଋଣ ପ୍ରଦାନ କରିବା ଓ ମଣ୍ଡିଗୁଡିକର ଭିତିଭୂମି ବିକାଶିତ କରାଯିବା ନେଇ ବ୍ୟବସ୍ଥା ରହିଛି । ଚାଷୀମାନଙ୍କୁ ଦେଢଗୁଣା ଏମଏସପି ସୁନିଶ୍ଚିତ କରି ଆଗାମୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରାଯିବ । ସେହିପରି ଏହି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ବୈପ୍ଲବିକ ପରିବର୍ତନର ଲକ୍ଷ୍ୟ ରଖାଯାଇଛି । ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ଘୋଷଣା ହୋଇଛି,ଯାହାକି ଗତ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହା ୧୩୭ ପ୍ରତିଶତ ଅଧିକା ରହିଛି । ପୂରା ଦେଶରେ ୭୫ ହଜାର ନୂଆ ହେଲଥ ସେଂଟର, ୬୦୨ ବ୍ଲକରେ କ୍ରିଟିକାଲ କେୟାର ସେଂଟର ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାରେ ୬୪, ୧୮୦ କୋଟି ଖର୍ଚ୍ଚ ହେବ । କୋଭିଡ ଟିକାକରଣ ପାଇଁ ୩୫,୦୦୦ କୋଟି ଖର୍ଚ୍ଚ ହେବ ।
ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଦେଶରେ ୧୦୦ ଟି ନୂତନ ସୈନିକ ସ୍କୁଲ, ଆଦିବାସୀ ଅଂଚଳରେ ୭୫୮ଟି ଏକଲବ୍ୟ ସ୍କୁଲ, ୧୫,୦୦୦ରୁ ଅଧିକ ସ୍କୁଲକୁ ଆଦର୍ଶ ସ୍କୁଲର ମାନ୍ୟତା ଏବଂ ୪ କୋଟି ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ୩୫ ହଜାର କୋଟି ଘୋଷଣା କରାଯିବା ଏକ ଐତିହାସିକ ପଦକ୍ଷେପ । ୫୦,୦୦୦ କୋଟିରେ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ପ୍ରତିଷ୍ଠା ହେବ । ଗରିବ ମହିଳାମାନଙ୍କ ପାଇଁ ଉଜ୍ଜଳା ଯୋଜନାରେ ୧ କୋଟି ଗ୍ୟାସ ସଂଯୋଗୀକରଣ କରାଯିବା ନେଇ ଷୋଷଣା ହୋଇଛି । ଏହା ଫଳରେ ମହିଳା ସଶକ୍ତିକରଣ ହେବା ସହ ପ୍ରଦୃଷଣ କମ୍ ହେବ । ରେଳବାଇ କ୍ଷେତ୍ରରେ ‘ଜାତୀୟ ରେଳ ଯୋଜନା ୨୦୩୦’ ପ୍ରସ୍ତୁତ ହୋଇଛି । ରେଳବାଇ କ୍ଷେତ୍ରରେ ୧.୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୭୨ ପ୍ରତିଶତ ରେଳ ଲାଇନର ବିଦୁ୍ୟତକରଣ କାର୍ଯ୍ୟ, ୨୭ଟି ସହରରେ ୧୦୬୦କିମି ନୂଆ ମେଟ୍ରା ଲାଇନ ଏବଂ ରେଳ ଗାଡିଗୁଡିକରେ ନୂତନ ଓ ଆଧୁନିକ କୋଚ ଲଗାଇବାର ନିଷ୍ପତି ହୋଇଛି । ଗତ ୬ ବର୍ଷରେ ମୋଦି ସରକାର ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତିି । ଆଗାମୀ ୨୦୨୧ ଡିସେମ୍ବର ମାସରେ ଦେଶର ପ୍ରଥମ ମାନବ ବିହୀନ ଉପଗ୍ରହ – ମାନବ ବିହୀନ ଗଗନ ଯାନ ମିଶନ ଆରମ୍ଭ ହେବ । ୭୫ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକଙ୍କ ପାଇଁ ଆୟକର ଛାଡ ନିଷ୍ପତି ହୋଇଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ପେନସନଧାରୀ ଉପକୃତ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ରରେ ପ୍ରେରଣା ପାଇ ଏହି ବଜେଟ ପ୍ରସ୍ତୁତ ହୋଇଛି । ପ୍ରଥମ ପାଳିରେ ମୋଦି ସରକାର ଦେଶର ଗରିବ, ବଂଚିତ, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିଥିଲେ । କଂଗ୍ରେସ ସରକାର ଯାହା ୭୦ ବର୍ଷରେ କରିପାରିନଥିଲା ମୋଦିଜୀ ଗତ ୬ ବର୍ଷରେ ତାହା କରି ଦେଖାଇଛନ୍ତି । ପ୍ରତି ପରିବାରକୁ ପାଇଖାନା, ବିଜୁଳି, ରୋଷେଇ କରିବା ପାଇଁ ଗ୍ୟାସ, ପକ୍କା ଘର, ସାମାଜିକ ସୁରକ୍ଷା ପାଇଁ ପେନସନ, କୃଷକଙ୍କ ପାଇଁ ଚାଷୀ ସହାୟତା, ଏସବୁ ଲୋକମାନଙ୍କ ପାଖରେ ପହଂଚାଇବା ମୋଦି ସରକାରର ପ୍ରଥମ ପାଳିରେ ମୁଖ୍ୟ ଲକ୍ଷ୍ୟ ଥିଲା । ପ୍ରଥମ ପାଳିର ଥିଲା ଆବଶ୍ୟକତାର ୫ ବର୍ଷ । ଏବେ ଦ୍ୱିତୀୟ ପାଳିର ୫ ବର୍ଷ ହେଉଛି ଆଙ୍କାକ୍ଷାର ବର୍ଷ । ଦେଶର ସବୁ ବର୍ଗର ଲୋକମାନଙ୍କ ଆଙ୍କାକ୍ଷାକୁ ପୁରଣ କରିବା ଦିଗରେ ଏ ସରକାର କାମ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply