ଡେଲାଙ୍ଗ, ୦୧/୦୨ : ପୁରୀ ଜିଲ୍ଲା ଡେଲାଙ୍ଗ ଓ କଣାସ ବ୍ଳକ ଶାରୀରିକ ଭିନ୍ନକ୍ଷମ ମାନଙ୍କୁ ଆଜି ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି।ପୁରୀ ଜିଲ୍ଲା ପ୍ରଶାସନ, ଦି ନିଉ ଇଣ୍ଡିଆ ଅସୁରାଂସ କୋ ଲିମିଟେଡ ଓ ଆଲମିକୋ ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ଡଂପୁରୁ ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଭା ପରିସରରେ ଏକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ ଡେଲାଙ୍ଗ ବିଡିଓ କ୍ଷୀରୋଦ୍ର ପ୍ରଧାନ ଯୋଗଦେଇ ଏହି ଉପକରଣକୁ ବଣ୍ଟନ କରିଥିଲେ।ଏହି ଅବସରରେ ଡେଲାଙ୍ଗରେ ୮ଟି ଓ କଣାସରେ ୫ଟି ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଓ ୨ଟି ହାତ ଚାଳିତ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଛି।ଅନ୍ୟମାନଙ୍କ ମଧ୍ୟରେ ଏସିଓ ତପନ କୁମାର ଦାସ, ଅନିତା ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅଭା ସଭାପତି ସୁଧୀର ଚନ୍ଦ୍ର ଦାଶ, ସମ୍ପାଦକ ଦୁର୍ଯ୍ଯୋଧନ ପରିଡା ସହଯୋଗ କରିଥିଲେ ।