ତିହିଡି,୨୭/୦୧: ତିହିଡିରେ ବିଭିନ୍ନ ସ୍ଥାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରାଯାଇଥିଲା । ବିଜେଡି କାର୍ଯ୍ୟାଳୟରେ ପ୍ରାକ୍ତନ ସାଂସଦଙ୍କ ପ୍ରତିନିଧି ସୁରେନ୍ଦ୍ର ନାୟକ ପତାକା ଉତ୍ତୋଳନ କରିଥିଲେ । ବ୍ଲକ ସଭାପତି ରଘୁନାଥ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ବିଜୟ ନାୟକ, ସମିତିସଭ୍ୟ ସଂଗ୍ରାମ ଦାସ, ଯୁବନେତା ଉତ୍ତମ ମହାପାତ୍ର, ଉମାକାନ୍ତ ସେଠୀ, ଶରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସାଂସ୍କୃତିକ ସେଲର ସଂଯୋଜକ ପଞ୍ଚାନନ ନାୟକ ପତାକା ଉତ୍ତୋଳନ କରିଥିଲେ । ବିଜେପି ଜିଲ୍ଲା ଉପସଭାପତି ଦୁର୍ଗାଚରଣ ନାୟକ, ରାଜ୍ୟ ସବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ପ୍ରଦୀପ ବଳ, ଅଜୟ ମହାପାତ୍ର, ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
କଂଗ୍ରେସ କାର୍ଯ୍ୟାଳୟରେ ସମାଜସେବୀ ଶଚ୍ଚିକାନ୍ତ ନାୟକ ପତାକା ଉତ୍ତୋଳନ କରିଥିଲେ । ବ୍ଲକ ସଭାପତି ସରୋଜ ଦାସ, କରୁଣାକର ମହାରଣା, ଗଜେନ୍ଦ୍ର ପରିଡା, ମୀନକେତନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଭଗବାନ ଚନ୍ଦ୍ର ନାୟକ ପତାକା ଉତ୍ତୋଳନ କରିଥିଲେ । କାଳୀଚରଣ ମଲ୍ଲିକ, ବନମାଳୀ ମହାନ୍ତି, ସୁରେନ୍ଦ୍ର ସେନାପତି, ସର୍ବେଶ୍ୱର ବଳ, ଉମାକାନ୍ତ ତ୍ରିପାଠୀ, ବାବାଜୀ ଚରଣ ମହାକୁଡ, ନିର୍ମଳ ଦଳେଇ, ପ୍ରେମାନନ୍ଦ ବଳ ଓ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ କାର୍ଯ୍ୟାଳୟରେ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ତହସିଲ କାର୍ଯ୍ୟାଳୟରେ ତହସିଳଦାର ରମେଶ ଚନ୍ଦ୍ର ପଣ୍ଡା, ତିହିଡି ଥାନାରେ ଆଇଆଇସି ରମେଶ ଚନ୍ଦ୍ର ସିଂ, ପୀରହାଟ ଥାନାରେ ଆଇଆଇସି ନବକିଶୋର ନାୟକ ଓ ମେଡିକାଲରେ ମେଡିକାଲ ଅଫିସର ଡା. ଶୁଭକାନ୍ତ ଓଝା ପତାକା ଉତ୍ତୋଳନ କରିଥିଲେ ।