ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକଙ୍କ ନାଁ ଗଦାଧର ସାହୁ(୩୩) ଏବଂ ତାଙ୍କ ଘର ଅଚକ ପଞ୍ଚାୟତ ଅଧିନ ନନ୍ଦପୁର ଗାଁରେ । ପ୍ରକାଶ ଯେ, ଗଦାଧର ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଦୋଳସାହିରୁ ତିହିଡି ଅଭିମୁଖେ ଯାଉଥିବା ଏକ ଟ୍ରାକ୍ଟର ସହ ତାଙ୍କର ଧକ୍କା ହୋଇଥିଲା । ଗୁରୁତର ଆହତ ଅବସ୍ଥାରେ ଗଦାଧରକୁ ଚିକିତ୍ସା ଲାଗି ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତିହିଡି ପୋଲିସ ଏହି ଘଟଣାରେ ମାମଳା ରୁଜୁ କରି ଟ୍ରାକ୍ଟରକୁ ଜବତ କରିଛି ।