Odisha news

ଗଣତନ୍ତ ଦିବସ ଅବସରରେ କୋଭିଡ ଯୋଦ୍ଧା ଙ୍କୁ ସମ୍ମାନିତ

0
ବୋରିଗୁମ୍ମା (କେ.ସାକିଲି ଦୋରା)—କୋରାପୁଟ ଜିଲା ବୋରିଗୁମ୍ମା ଟାଉନ ହଲ ଠାରେ ଗଣତନ୍ତ ଦିବସ ଅବସରରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ। ବୋରିଗୁମ୍ମା  ବିରିୟାନି ହାଉସ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅଥିତି ଭାବେ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ରାଜା ରାମ ସ୍ୱାଇଁ, ଅଗ୍ନିଶମ ବିଭାଗ ଅଧିକାରୀ ଦୁରାଦକ୍ଷ  ବାଗ, ପ୍ରେସ କ୍ଲବ ସଭାପତି ବିଜୟ ନାରାୟଣ ସାହୁ, ନାରାୟଣପାଟଣା ସି ଡ଼ି ପି ଓ କମଳା ପଟନାୟକ  ପ୍ରମୁଖ ଉପସ୍ଥିତ ରହିଥିଲେ  ।ବୋରିଗୁମ୍ମା ପ୍ରେସ କ୍ଲବ ସଭାପତି ବିଜୟ ନାରାୟଣ ସାହୁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମହାମାରୀ ସମୟରେ କିଭଳି ଡାକ୍ତର ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମୀ ଅଙ୍ଗନବାଡି କର୍ମୀ, ପୋଲିସ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲଗାଇ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ ସେ ନେଇ ଅଥିତି ମାନେ ନିଜ ମତବ୍ୟକ୍ତ କରିଥିଲେ । ବିରିୟାନି ହାଉସ ପକ୍ଷରୁ ଉପସ୍ଥିତ ମଞ୍ଚାସିନ ଅଥିତି  ମାନଙ୍କ ଦ୍ୱାରା ସମସ୍ତ ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ବିରିୟାନି ହାଉସ ର ଜିତ ପଟନାୟକ, ଓମ ପଟନାୟକ, ଚିନା ପଟନାୟକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ.
IEC 2 years
Leave A Reply