Odisha news

ସାଇଁକୁଳ ହିଙ୍ଗୁଳା ଆଥଲେଟିକ୍ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ପଣ୍ଡୁଆକୁ ହରାଇ କାନପୁର ଚମ୍ପିଅନ୍

0
ଆନନ୍ଦପୁର,୨୪/୧(ସବ୍ୟୁ):ଘସିପୁରା ବ୍ଲକ ଅନ୍ତର୍ଗତ ସାଇଁକୁଳ ଦୁର୍ଗା  ପଡ଼ିଆରେ  ହିଙ୍ଗୁଳା ଆଥଲେଟିକ୍  ଆସୋସିଏସନ୍  ଆନୂକୁଲ୍ଯରେ ଅନୁଷ୍ଠିତ ହୋଇଥିବା ତୃତିୟ ବାର୍ଷିକ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ରେ ପଣ୍ଡୁଆକୁ ହରାଇ କାନପୁର ଦଳ ଚମ୍ପିଅନ୍ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ  ପଣ୍ଡୁଆ,ଚିତ୍ରୀ, କାନପୁର,ମଛାଳ , ନଗୁଆଁ,ପୁସ୍କୁରା, ପ୍ରଭୁତି ଗ୍ରାମାଞ୍ଚଳର ବଛାବଛା ୬ ଟି ଭଲିବଲ ଦଳ  ଅଂଶ ଗ୍ରହଣ କରିଥିଲେ ।ରାଉଣ୍ତ ଲିଗ୍ ପର୍ଯ୍ଯାୟରେ ଫାଇନାଲ ମ୍ଯାଚ ପଣ୍ଡୁଆ ଏବଂ କାନପୁର ଦଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା । କାନପୁର ଦଳ ୨/୦ରେ ସେଟ୍ ରେ ପଣ୍ଡୁଆ ଦଳକୁ ହରାଇ ଟାଇଟଲ୍ ହାସଲ କରିଥିଲା ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ  ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୁବ ବିଜେଡ଼ି ନେତା ଦେବାଶିଷ ପାତ୍ର, ଓଡ଼ିଶା ମୋ ପରିବାର  ଜିଲ୍ଲା ସଂଯୋଜକ ପ୍ରଦିପକୁମାର ସାହୁ ,ସାଇଁକୁଳ ସରପଞ୍ଚ ବିଭାଷ ଚନ୍ଦ୍ର ନାୟକ, ,ବ୍ଲକ ବିଜେଡି ସଭାପତି ମନ୍ମଥକୁମାର ରାଉତ , ପତିତପାବନ ମହାବିଦ୍ଯାଳୟର ଅଧ୍ଯକ୍ଷ  ରାଜେନ୍ଦ୍ର ରାଉତ, ସାଇଁକୁଳ ଗୋଷ୍ଠି ଚିକିତ୍ସାଧିକାରୀ ରଂଜିବକୁମାର ରାଉତ ,ଶିକ୍ଷାବିତ ଉମାକାନ୍ତ ଜେନା ,ଲିପୁନ ନାୟକ, ସତ୍ୟ ସାହୁ, ସୁନୀଲ କୁମାର ଭୋଇ ପ୍ରମୂଖ ଉପସ୍ଥିତ ରହି  ବିଜେତା ଏବଂ ଉପ ବିଜେତା ଦଳକୁ ନଗଦ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରିଥିଲେ ।ଇତି ଅବସରରେ ସ୍ଥାନିୟ ଅଞ୍ଚଳର ଭେଟେରାନ୍ ଭଲି ବଲ ଖେଳାଳୀ ପାଗଳଚନ୍ଦ୍ର ବେହେରା ,ଦୁରନ୍ତ ଧଳ,ଶତୃଘ୍ନ ବେହେରା,ଗୋପିନାଥ ସ୍ବାଇଁ ଙ୍କୁ   ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ରେଫରି ଭାବେ କଳାକାର ସାମଲ,ଗଗନ ବିହାରୀ ପରିଡ଼ା ଏବଂ  ଧାରାବିବରଣୀ ରେ ଅବଦୁଲ ସକୁର୍ ଖାନ୍ କାର୍ଯ୍ଯ ସମ୍ପାଦନ କରିଥିଲେ ।ମ୍ଯାଚ ପରିଚାଳନାରେ ସାଇଁକୁଳ ୟୁଥ୍  କ୍ଲବ ର ନନ୍ଦକିଶୋର ବେହେରା, ବିପିନ୍ ବିହାରୀ ମହାନ୍ତି, ଚନ୍ଦ୍ର ଶେଖର ବେହେରା, ଶ୍ରୀକାନ୍ତ ସେନାପତି, ଚନ୍ଦ୍ରମଣି ବେହେରା,ରିଙ୍କୁ ପରିଡ଼ା,ରାଜୁ ନାୟକ,ସମେତ ସମସ୍ତ ସଦସ୍ଯ ଉପସ୍ଥିତ ରହି  ପରିଚାଳନାରେ ସହଯୋଗ କରିଥିଲେ ।ଫ୍ଲଡ୍ ଲାଇଟ୍ ରେ ଖେଳ ବିଳମ୍ବିତ ରାତ୍ରୀ ପର୍ଯ୍ଯନ୍ତ ଚାଲିଥିଲା  ବେଳେ ଆଖପାଖ ଗ୍ରାମରୁ  ହଜାର ହଜାର ସଂଖ୍ଯକ ଦର୍ଶକ ଉପସ୍ଥିତ ରହି ମ୍ଯାଚର ଭରପୁର ମଜା ନେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।
Leave A Reply