Odisha news

ବ୍ରହ୍ମପୁର ରେ ପୁଣି ଠାବ ହେଲା ନକଲି କୋଲଡ୍ରଇଂସ କାରଖାନା

0
ନକଲି ସାମଗ୍ରୀର ପେଣ୍ଠସ୍ଥଳ ପାଲଟି ଯାଇଛି ବ୍ରହ୍ମପୁର ସହର ନକଲି ଇଂଜିନ୍ ଅଏଲ୍ ,ମସଲା, ଚା ପତି, ଗୁଠୁଖା, ବିଭିନ୍ନ ସସ୍, ପାଣି ତେଲ ପରେ ପୁଣି ନକଲି କୋଲଡ୍ରିଂକ୍ସ ଠାବ । ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗାଁ ରେ ବେଆଇନ ଭାବେ ଚାଲିଥିବା  କୋଲଡ୍ରଇଂସ କାରଖାନା ଉପରେ ସଦର ଥାନା ପୋଲିସ ର ଚଡାଉ ।
ବହୁ ପରିମାଣର ର ବୋତଲ ଓ ମେସିନ୍ ଜବତ  କରିଛି ପୋଲିସ ।  ତେବେ ବ୍ରହ୍ମପୁର ସହର ଏବେ ନକଲି ସହର ରୂପେ ନାମିତ ହେବାକୁ ଯାଉଥିବା ବେଳେ ବ୍ରହ୍ମପୁର ପୋଲିସ ପ୍ରସ୍ତୁତ ହୋଇ ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ କାରଖାନା କୁ ଠାବ କରିବାରେ ସଫଳ ହୋଇଛି । ସୂଚନାଯୋଗ୍ୟ କି ଗତ ୨୨ ତାରିଖ ରୁ ବିଭିନ୍ନ ନକଲି କାରଖାନା ଓ ଅପମିଶ୍ରିତ କାରଖାନା ଉପରେ ଚଡାଉ କରି ୬ଜଣ କୁ ଗିରଫ କରିଥିଲେ ମଧ୍ୟ ପୁଣି ଆଜି ସୁକୁଣ୍ଡା ଗାଁ ରେ ଦେଖା ଦେଇଛି ନକଲି କୋଲଡ୍ରିଂକ୍ସ କାରଖାନା ।
ବିଭିନ୍ନ କୋଲଡ୍ରିଂକ୍ସ ବ୍ରାଣ୍ଡ ର ନାମ ଲଗାଇ ଏମିତି ଅପମିଶ୍ରିତ କରୁଥିବା ସୂଚନା।ଏହି ସଂକ୍ରାନ୍ତରେ ବ୍ରାଞ୍ଚ୍ ମାଲିକଙ୍କୁ ପୁଲିସ  ଅଟକ ରଖି ପଚାର ଉଚାର କରୁଥିବା ଜଣାପଡିଛି ।

Leave A Reply