ତିହିଡି,୧୪/୦୧(ଯଦୁମଣି ପାଣିଗ୍ରାହୀ): ଯୁବ ସାରସ୍ୱତ ସମ୍ମେଳନ ଓ ଉକ୍ରଳର ସମ୍ମିଳନୀ ତିହିଡି ଶାଖା ମିଳିତ ଆନୁକୂଲ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବ୍ୟାସ କବି ଫକୀରମୋହନଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଶିକ୍ଷାବିତ ସୋମନାଥ ପାଢୀ ଅଧ୍ୟକ୍ଷତା କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଭୂତିଭୂଷଣ ସେନାପତି ଓ କବି ସଞ୍ଜିତ କୁମାର ବଳ ଯୋଗ ଦେଇଥିଲେ ।
ତକ୍ରାଳୀନ ସମାଜର ସଂସ୍କାର ଦିଗରେ ଫକୀରମୋହନଙ୍କ ସୃଷ୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା । ଏହି ସୃଷ୍ଟିରୁ ନୂତନ ସଭ୍ୟତା ଆରମ୍ଭ ହୋଇଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସଂଯୁକ୍ତା ଭାରତୀ, ପି.ହୃଷିକେଶ, ମୁକ୍ତିକାନ୍ତ ନାୟକ, ମନୋଜ ପାଣିଗ୍ରାହୀ, ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଫକୀରମୋହନଙ୍କ ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ଅମୂଲ୍ୟ ସେନାପତି ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଧ୍ୟାପିକା ଡ. ମମତା ସାହୁ ଓ କବି କୃପା ମହାନ୍ତି ସଂଯୋଜନା କରିଥିଲେ ।
କବିଶ୍ରୀ ଗୋଲକ ବୈୟାରୀ, ପୁଷ୍ପାଞ୍ଜଳି ତ୍ରିପାଠୀ, ଆଶୁତୋଷ କରଣ, ବିଜୟ ବେହେରା, ଦେବେନ୍ଦ୍ର ମହାଳିକ, ସୁଧାରଞ୍ଜନ ମହାନ୍ତି, ସୁଧାକର ଧନୀ, ନୀଳମାଧବ ସେନାପତି, ମୁକୁନ୍ଦଦେବ ନାୟକ,ମନୋରଞ୍ଜନ ମୁଦୁଲି, ବିସ୍ମୟ ସାହୁ, ମଥୁରାମୋହନ ବେହେରା, ବିଜୟ ବାରିକ, ରବିକୁମାର ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ ।