ତିହିଡି,୧୪/୦୧(ଯଦୁମଣି ପାଣିଗ୍ରାହୀ): ପବିତ୍ର ମକରସଂକ୍ରାନ୍ତି ଅବସରରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଲାଗି ତିହିଡି ବିଜେପି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି କର୍ମୀ ଓ କର୍ମକର୍ତ୍ତାଙ୍କ ସମେତ ରାମଭକ୍ତ ମାନେ ଏକ ବିରାଟ ପଟୁଆରରେ ତିହିଡି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗାମଣ୍ଡପ ଠାରୁ ବାହାରି ଭାଟପଡା ସ୍ଥିତ ମା’ ତାରିଣୀଙ୍କ ପୀଠଯାଏଁ ଯାଇଥିଲେ । ଶ୍ରୀରାମଙ୍କ ବିଶାଳ ଫଟୋ ସହିତ, ନାମ ସଂକୀର୍ତ୍ତନ ଦଳ ଏହି ଶୋଭାଯାତ୍ରାରେ ସାମିଲ ଥିଲେ ।
ବିଜେପି ଜିଲ୍ଲା ଉପସଭାପତି ଦୁର୍ଗାଚରଣ ନାୟକ, ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ରଘୁନାଥ ପାତ୍ର, ସାହାଡାସୁନ୍ଦରୀ ମଣ୍ଡଳ ସଭାପତି ପ୍ରଦୀପ କୁମାର ବଳ, ବିଜେପି ନେତା ଶଶିକାନ୍ତ ବିଶ୍ୱାଳ, ସଂଗ୍ରାମ ମହାନ୍ତି, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବୁଦ୍ଧଦେବ ଜେନା, ପ୍ରତାପ ଜେନା, କେଶବ ବେହେରା, ପ୍ରମୋଦ ଦାସ, ମାନସରଞ୍ଜନ ନାୟକ, ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା, ପ୍ରଦୀପ ଜେନା, ରାଜକିଶୋର ନାୟକ, ଶଶାଙ୍କ ରାଉଳ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ଥିଲେ ।
