ତିହିଡି,୩୧/୧୨: ତିହିଡି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଆଜି ଓଡିଶା କୃଷକ ସଭା ପକ୍ଷରୁ ଗଣଧାରଣା ଦିଆଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଶତାଧିକ ଚାଷୀ ମୂଲିଆ ଏକ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ପାଖରୁ ବାହାରି ତିହିଡି ବଜାର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ଗଣଧାରଣା ଦିଆଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ନେତା ନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ । ଓଡିଶା କୃଷକ ସଭାର ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ ଯୋଗ ଦେଇ କୃଷକ ମାନଙ୍କର ଆନେ୍ଦାଳନର ସମସ୍ତ ଦାବି ପୂରଣ କରିବା, କୃଷି ଆଇନ ପ୍ରତ୍ୟାହାର କରିବା ଏବଂ ବିଦୁ୍ୟତ ବିଲ ବାତିଲ କରିବା, ଏମଏସପି ସଂପର୍କରେ ଆମ ଚାଷୀଙ୍କ ସ୍ୱାର୍ଥ ଓ ଆଭିମୁଖ୍ୟ ନେଇ ଆଲୋଚନା କରିଥିଲେ ।
ଏଥିରେ ଅନ୍ୟତମ ବାମପନ୍ଥୀ ନେତା ସନ୍ତୋଷ ଦାସ ଯୋଗ ଦେଇ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ ଚାଷୀ ଅଭାବୀ ଧାନ ବିକ୍ରୀ ସମସ୍ୟାର ସାମ୍ନା କରୁଥିବା କହିଥିଲେ । ତିହିଡିର ନେତା ବିଷ୍ଣୁ ଦାସ, ଶ୍ରମିକ ନେତା ଦିବ୍ୟସିଂ ନାୟକ, ଜିଲ୍ଲା କଷକ ସଭା ସଂପାଦକ ପ୍ରଭାସ ମହାପାତ୍ର, କ୍ଷେତ ମଜଦୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ମହିଳା ସମିତି ନେତ୍ରୀ ସୀତା ଦାସ, ବାମପନ୍ଥୀ ନେତା ନିର୍ମଳ ଦଳାଇ, ଶ୍ରମିକ ନେତା ମଳୟ ଭୋଇ, ଯୁବନେତା ବିକାଶ ନାଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବାଦଲ ଦାସ, ଭିକାରି ନାୟକ, କୃଷ୍ଣ ମଳିକ, ଅଜୟ ମଳିକ, ଶ୍ରମିକ ନେତା ରମେଶ ଜେନା, କରୁଣାକର ସାହୁ, ଭାଗବତ ସେନାପତି, ପୀତାମ୍ବର ମଳିକ, ଗୟାଧାର ସେଠୀ ଓ ଅଭିରାମ ବଳ ପ୍ରମୁଖ ଗଣଧାରଣାରେ ସାମିଲ ହୋଇଥିଲେ ।