Odisha news

ଭଞ୍ଜନଗର ରୋଟାରୀ କ୍ଲବର ୧୪ ତମ ଅଧିଷ୍ଠାନ ଦିବସ

0

ବେଲଗୁଣ୍ଠା – ୩୧/୧୨  –ଭଞ୍ଜନଗର ରୋଟାରୀ କ୍ଲବର ୧୪ତମ ଅଧିଷ୍ଠାନ ଦିବସ ଦୁବ ସ୍ଥିତ ହାଇଟେକ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ୨୨-୨୩ ଜିଲ୍ଲା-୩୨୬୨ ପ୍ରାନ୍ତପାଳ ରୋଟାରିଆନ ପ୍ରଭୂଦତ୍ତ ସୁବୁଦ୍ଧି ଯୋଗ ଦେଇଥିଲେ ।ରୋଟାରୀ କ୍ଲବ ସମାଜର ବିଭିନ୍ନ ଜନହିତକର କାର୍ଯ୍ୟରେ ସହଯୋଗ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ସେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଲକ ଡାଉନ ସମୟ ରେ କାରୋନା ସଚେତନତା କରାଇ ଭଞ୍ଜନଗର ରୋଟାରୀ କ୍ଲବ ବିଭିନ୍ନ  ସରକାରୀ ଦପ୍ତର ,ଡାକ୍ତରଖାନା,ପୁଲିସ ଷ୍ଟେସନ ରେ ସ୍ଵୟଂ ଚାଳିତ ସନିଟାଇଜର ମେଶିନ ଲଗାଇବା ସହିତ କାରୋନା ଯୋଦ୍ଧା ମାନଙ୍କୁ ସହାୟତା ପ୍ରଦାନ କରିବା ଭଳି ମହତ କାର୍ଯ୍ୟ କରିଥିଲା ।ଏହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତପ୍ରକାଶ ପାଇଥିଲା ।ଆଗାମୀ ଦିନ ରେ ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ରକ୍ତଦାନ ଶିବିର,ବୃକ୍ଷ ରୋପଣ,ସ୍ଵଛତା କାର୍ଯ୍ୟ କ୍ରମ ଆୟୋଜନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା ।

ଅନ୍ୟକୁ ସାହାଯ୍ୟ କରି ଆନନ୍ଦ ବା ଖୁସି ସାଉଁଟିବା ରୋଟାରୀ କ୍ଲବ ର ଲକ୍ଷ୍ୟ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବର ସଭାପତି ପ୍ରଦ୍ୟୁମ୍ନ  ପାତ୍ର,ଉପସଭାପତି  ପ୍ରଭାତ କୁମାର ସାହୁ,ସମ୍ପାଦକ ଅଶ୍ଵିନୀ କୁମାର ମହାନ୍ତି ଏବଂ ସହସଂପାଦକ ସରୋଜ କୁମର ଶତପଥି ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ସହ ପ୍ରାନ୍ତପାଳ ରୋଟାରିଆନ ଅଜିତ କୁମାର ପୃଷ୍ଟି,ପୂର୍ବତନ ସଭାପତି ରୋଟାରିଆନ ମାମା ପରିଡା,ସଭାପତି ରୋଟାରିଆନ ପଞ୍ଚାନନ ମିଶ୍ର,ପୂର୍ବତନ ସମ୍ପାଦକ ରୋଟାରିଆନ ପବିତ୍ର କୁମାର ପ୍ରଧାନ,ସମ୍ପାଦକ ରୋଟାରିଆନ ରଞ୍ଜିତ କୁମାର ବାରିକ ପ୍ରମୁଖ ମଞ୍ଚାସୀନ ଥିବାବେଳେ ରୋଟାରିଆନ ଶ୍ରୀରାମ ପ୍ରସାଦ ପାଳ ଏବଂ ପ୍ରଦ୍ୟୁମ୍ନ  ମଳିକ ମଞ୍ଚ ସଂଯୋଜନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ  ଭଞ୍ଜନଗର ରୋଟାରୀ କ୍ଲବ ର ରୋଟାରିଆନ ପ୍ରଶାନ୍ତ କୁମାର ନାୟକ,ରୋଟାରିଆନ ସନ୍ନତ କୁମାର ସୁବୁଦ୍ଧି,ରୋଟାରିଆନ ପ୍ରଶାନ୍ତ କୁମାର ସାହୁ,ରୋଟାରିଆନ ଭି ଦେବୀ ପ୍ରସାଦ ପାତ୍ର,ରୋଟାରିଆନ ରବୀନ୍ଦ୍ର ପାଣିଗ୍ରାହୀ,ରୋଟାରିଆନ ମଧୁସୂଦନ ମହାପାତ୍ର,ରୋଟାରିଆନ ମଜୁଷା ସୁବୁଦ୍ଧି,ରୋଟାରିଆନ ବସନ୍ତ କୁମାର ପାତ୍ର,ରୋଟାରିଆନ ସଂଜୀବ କୁମାର ଚଉଧୁରୀ ପ୍ରମୁଖ ପରିଚାଳନା କରିଥିଲେ  ।ସ୍ଵତନ୍ତ୍ର ଅତିଥିଭାବେ ଜଗନ୍ନାଥ ଧାମ ପୁରୀର ରୋଟାରିଆନ ମନୋଜ କୁମାର ତ୍ରିପାଠୀ,ବ୍ରହ୍ମପୁର ରୋଟାରୀ କ୍ଲବର ରୋଟାରିଆନ ଶ୍ରୀନିବାଶ ପୃଷ୍ଟି ଏବଂ ରୋଟାରିଆନ କୁଶ ପାତ୍ର ଯୋଗ ଦେଇଥିଲେ ।

IEC 2 years
Leave A Reply