Odisha news

ବାରୋ ଓ ପାଳିଆବିନ୍ଧା ସୋସାଇଟିରେ ଖୋଲିଲା ଧାନ ମଣ୍ଡି

0

ତିହିଡି,୨୮/୧୨(Jadumani Panigrahi) : ଭଦ୍ରକ ଜିଲ୍ଲା ଅଧିନ ତିହିଡି ବ୍ଳକର ବାରୋ ପଞ୍ଚାୟତର ଗାନ୍ଧୀନଗର ଓ ପାଳିଆବିନ୍ଧା ସୋସାଇଟିରେ ଆଜି ଧାନ ମଣ୍ଡି ଉଦଘାଟିତ ହୋଇଛି । ଗାନ୍ଧୀନଗର ମଣ୍ଡିକୁ ଏଆରସିଏସ ସନ୍ତୋଷ ଦାସ ଉଦଘାଟନ କରିଥିଲେ । ସିଇଓ ସଞ୍ଜୟ କୁମାର ଦାସ, ସରପଞ୍ଚ ମାନସୀ ମଳିକ, ସମିତିସଭ୍ୟ ପ୍ରଦୀପ ମହାଳିକ, ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତିହିଡି ଶାଖା ପରିଚାଳକ ସୁଶାନ୍ତ ପୁହାଣ, କାଁପଡା ସମିତିସଭ୍ୟ ଉଦ୍ଧବ ନାୟକ, ସଂପାଦକ ଅଚୁ୍ୟତାନନ୍ଦ ମହାନ୍ତି, ପୂର୍ବତନ ବିଧାୟକ ଗଙ୍ଗାଧର ଦାସ, ପୂର୍ବତନ ସମବାୟ ସଭାପତି ସରୋଜ ମିଶ୍ର ଓ ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପାଳିଆବିନ୍ଧା ମଣ୍ଡିକୁ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ଉଦଘାଟନ କରିଥିଲେ । ତହସିଲଦାର ରମେଶ ପଣ୍ଡା, ବିଡିଓ ବସନ୍ତ ସାହାଣୀ, ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, ସିଇଓ ସଞ୍ଜୟ ଦାସ, ସହ ସଂପାଦକ ସୁଜିତ କୁମାର ନାୟକ, ଦୋଳସାହି ସରପଞ୍ଚ ମିନତିଲତା ଦାସ, ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ବିଶ୍ୱାଳ, ପୂର୍ବତନ ସଭାପତି ସୁଧନ୍ୱା ନାୟକ, ମାନସୀ ପାଣିଗ୍ରାହୀ ଓ ସଞ୍ଜୟ କ୍ୱମାର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply