Odisha news

ସଡକ ଦୁର୍ଘଟଣାରେ ସି ଆର ପି ଏଫ ଯବାନ ଙ୍କ ମୃତ

0

ବୋରିଗୁମ୍ମା (k.Sakil Daora)–ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ବେଣା ଗାଁ ପଞ୍ଚାୟତ ଅଧିନ ସନ୍ତୋଷପୁର ଗ୍ରାମର ଜଗନ୍ନାଥ ମାଝୀ ଙ୍କ ଏକ ସଡକ ଦୁର୍ଘଟଣାରେ ମୃତ ହୋଇଯାଇଛି l ସେ ସିଆରପିଏଫ ରେ କାମ କରୁଥିଲେ l ଛୁଟି କଟେଇବା ପାଇଁ  ନିଜ ଘର କୁ ଫେରିଥିଲେ। ଗତ ୨୦ ତାରିଖ କୁମିଲି ନିକଟ କଙ୍ଗାରୁଗୁଡା ଛକଠାରେ ଦୁଇ ବାଇକ ମୁହାଁମୁହିଁ ହୋଇଥିଲା l ସେ ସଡକ ଦୁର୍ଘଟଣା ରେ ଗୁରୁତର ଆହତ ହୋଇଥିଲେ ଜଗନ୍ନାଥ lତାଙ୍କୁ ପ୍ରଥମେ  କୋରାପୁଟ ମେଡ଼ିକାଲ କଲେଜ ଓ ପରେ ବିଶାଖାପାଟଣା ର ଏକ ଘରୋଇ ହସ୍ପିଟାଲ ଭର୍ତି କରାଯାଇଥିଲା l କିନ୍ତୁ ୨୬ ତାରିଖ ରାତିରେ  ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତ ଶରୀର  ନିଜ ଗ୍ରାମରେ ପହଁଞ୍ଚିଛି।ତାଙ୍କ ମୃତ୍ୟୁ ରେ ଗ୍ରାମରେ ଖେଳିଯାଇଛି ଶୋକାକୁଳ ପରିବେଶ।  ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।।ଶେଷକୃତ୍ୟ ରେ ଗ୍ରାମାବାସୀ ସାମିଲ ହୋଇଛନ୍ତି।ଅନ୍ୟ ପଟେ ମୃତ୍ୟୁ ରେ ଭାଙ୍ଗିପଡିଛନ୍ତି ପରିବାର ସଦସ୍ୟ ଏବଂ ପ୍ରିୟଜନ l ତାଙ୍କର ଶେଷ କୃତ୍ୟ ସମୟ  ରେ ସିଆରପିଏଫ ପକ୍ଷରୁ ଗାର୍ଡ ଅପ ଅନର   ଦିଆଯାଇଛି।ବିଭାଗର ଅଧିକାରୀ ମାନେ ଓ ବି ସିଂହପୁର ପୋଲିସ  ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ।

Nalco
Leave A Reply