Odisha news

ଅଟୋ – ଟ୍ରକ୍ ମୁହାଁ ମୁହିଁ ଧକ୍କା , ୯ ମାସର ଶିଶୁ ସମେତ ୨ ମୃତ ଓ ୬ ଗୁରୁତର

0
ତିଗିରିଆ ତା ୦୧-୦୯-୨୩ ଆଠଗଡ଼ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥର ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ଭାରତ ଗ୍ୟାସ ଡିପୋ ନିକଟରେ ଏକ ଆଇଚର ଟ୍ରକ ସହିତ ଅଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମୃତକ ହେଲେ ପ୍ରଭାତ ନାଏକ (୩୫) ଓ ୯ ମାସର ଶିଶୁ ଜଗଦୀଶ ସାହୁ। ଗୁରୁତର ଆହତ ମାନେ ହେଲେ ଅଟୋ ଚାଳକ ବିନୋଦ ସାମଲ ,କବିତା ନାଏକ ,ନିଶା ନାଏକ ,କିରଣବାଳା ନାଏକ,  ଓମ୍ ନାଏକ  ଏବଂ ରାମଚନ୍ଦ୍ର ବେହେରା ବୋଲି ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ କଟକ ଜିଲ୍ଲା କଟକ ସଦର ଥାନା ଅନ୍ତର୍ଗତ ୪୨ ମୌଜା ଗ୍ରାମର କବିତା ନାୟକଙ୍କ ପୁଅ, ଝିଅ, ବୋହୁ, ନାତି ନାତୁଣୀମାନଙ୍କୁ ନେଇ ନୟାଗଡ ଜିଲ୍ଲା ଗଣିଆ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଏକ ଅଟୋ ନମ୍ବର ଓଡି ୦୫ ସି ୦୫୬୦ରେ ଯାଉଥିବା ବେଳେ ବଡ଼ମ୍ବା ପଟୁ ଆସୁଥିବା ଆଇଚର ଟ୍ରକ  ଟି ପାଞ୍ଚଗାଁ ଗ୍ୟାସ ଡିପୋ ନିକଟରେ ଅଟୋ ସହିତ  ମୁହାଁମୁହିଁ ଧକ୍କା ହୋଇଥିଲା | ଫଳରେ ଅଟୋରେ ଥିବା ୭ ଜଣଙ୍କ ମଧ୍ୟରୁ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଆହତ ହୋଇଥିବା ବେଳେ ରାସ୍ତାକଡ଼ରେ ମାଛ ବିକ୍ରି କରୁଥିବା ରାମଚନ୍ଦ୍ର ବେହେରାଙ୍କ ଉପରେ ଅଟୋ ବାଡ଼େଇ ହେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ତିନିଜଣଙ୍କୁ ଆଠଗଡ଼ ଅନ୍ୟ ତିନିଜଣଙ୍କୁ ତିଗିରିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସା ଚାଲିଥିବା ସମୟରେ କବିତା ନାୟକଙ୍କ ବଡ଼ ପୁଅ ପ୍ରଭାତ ନାୟକ ଓ ୯ ମାସର ଶିଶୁ ଜଗଦୀଶର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସମସ୍ତ ଗୁରୁତରମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି | ଖବର ପାଇ  ତିଗିରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଗାଡି ଦୁଇଟିକୁ ଉଠାଇ ରାସ୍ତା ଅବରୋଧ ହଟାଇବା ସହିତ ଯାତାୟତ ସ୍ଵାଭାବିକ କରିଥିଲା ଟ୍ରକ ଡ୍ରାଇଭର ରାମଚନ୍ଦ୍ର ସେଠୀଙ୍କୁ ଗିରଫ ଓ  ଗାଡ଼ି ଦୁଇଟିକୁ ଜବତ କରି ଥାନାକୁ ଆଣିବା ସହିତ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି  ତଦନ୍ତ କରୁଥିବା ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ପ୍ରକାଶ କରିଛନ୍ତି |
Leave A Reply