ଅଭିନେତା ଟାଇଗର୍ ଶ୍ରଫ୍ ସ୍ୱୀକାର କରିଛନ୍ତି ସ୍କୁଲ୍ ଟାଇମ୍ରେ କୋ-ଆକେଫ୍ରସ୍ ଶ୍ରଦ୍ଧା କପୁର ତାଙ୍କର କ୍ରଶ୍ ଥିଲେ । ହେଲେ ସାହସ ନ ହେବାରୁ ସେ କେବେ ଶ୍ରଦ୍ଧାଙ୍କ ସହ ନିଜ ଭାବନା ସେୟାର କରିପାରିନାହାନ୍ତି । ବାଗୀ-୩ ପ୍ରମୋଶନ୍ ସମୟରେ ଟାଇଗର୍ ଏକ ସାକ୍ଷାତକାରରେ କହିଛନ୍ତି, ସ୍କୁଲରେ ଶ୍ରଦ୍ଧା ମୋର ବହୁତ ବଡ଼ କ୍ରଶ୍ ଥିଲେ । ଏ ବିଷୟରେ ଶ୍ରଦ୍ଧା ସମ୍ପୂର୍ଣ୍ଣ ଅଜ୍ଞାତ ଥିବା ଦର୍ଶାଇ କହିଛନ୍ତି, ମୋତେ ଜଣା ନ ଥିଲା । ପୂର୍ବରୁ ଜାଣିଥିଲେ କିଛି କରିପାରିଥାନ୍ତି । ଏହାର ଉତ୍ତରରେ ଟାଇଗର୍ କହିଥିଲେ, ମୁଁ କେବଳ ତାଙ୍କୁ ଦେଖୁଥିଲି । ସେ ହଲ୍ରେ ଯିବାବେଳେ ତାଙ୍କ କେଶ ଉଡ଼ୁଥିଲା । ଶ୍ରଦ୍ଧାଙ୍କୁ ନେଇ ଭାବନା ବ୍ୟକ୍ତ କରିବାର ଚିନ୍ତା କେବେ ମୋ ମନକୁ ଆସିନି କାରଣ ସେତେବେଳେ ମୁଁ
ବାଗି ନ ଥିଲି । ଏଡି କଥାରେ ଶ୍ରଦ୍ଧା ହସିବାକୁ ଲାଗିଲେ । ଟାଇଗର୍ ଓ ଶ୍ରଦ୍ଧା ଖୁବ୍ଶୀଘ୍ର ବାଗୀ-୩ରେ ନଜରକୁ ଆସିବେ । ଫିଲ୍ମର ଗୀତ ଓ ଟ୍ରେଲର୍ ରିଲିଜ୍ ହୋଇସାରିଛି । ଅହମଦ ଖାନ୍ଙ୍କ ନିର୍ଦ୍ଦେଶିତ ସିନେମାରେ ରିତେଶ ଦେଶମୁଖ ବି ମୁଖ୍ୟ ଭୂମିକା ନିଭାଇଛନ୍ତି । ଫିଲ୍ମ ଚଳିତ ବର୍ଷ ୬ ମାର୍ଚ୍ଚରେ ରିଲିଜ୍ ହେବ ।
Next Post