Odisha news

କାଠ ବୋଝେଇ ଟ୍ରକକୁ ୧ଲକ୍ଷ ୧୦ହଜାର ୮ଶହ ଟଙ୍କାର ଜରିମାନା

0
ରାୟଗଡା-ମାର୍ଚ୍ଚ ପହିଲାରୁ ନୂଆ ମାେଟର ଯାନ ଆଇନ କଡାକଡି କରାଯାଇଥିବା ବେଳେ ପ୍ରଥମ ଦିନରେ  ଗୋଟିଏ ଟ୍ରକ ଠାରୁ ୧ଲକ୍ଷ ୧୦ହଜାର ୮୦୦ଟଙ୍କା ଜରିମାନା ଆଦାୟ କରାଯାଇଛି।  ଆଜି ୩୨୬ ନମ୍ଵର ଜାତୀୟ ରାଜପଥ ସହର ଉପକଣ୍ଠ ଖଲିଗୁଡା ଠାରେ ଆଂଚଳିକ ପରିବହନ ବିଭାଗ ଏବଂ ପୁଲିସର ବିଭାଗ ମିଳିତ ଟ୍ରାଫିକ ଯାଞ୍ଚ କରାଯାଇଥିଲା ।
ଏହି ସମୟରେ ଆନ୍ଧ୍ରପ୍ରଦେଶରୁ କାଠ ବୋଝେଇ ନେଇ ଆସୁଥିବା ଏକ  ଟ୍ରକ (ନମ୍ବର ଏପି ୩୧ ଟିଡବ୍ଲୁ-୩୨୪୯)କୁ ଅଟକାଇ ଯାଞ୍ଚ ସମୟରେ ପରମିଟ ନଥିବା ତଥା ଓଡିଶା ପରିବହନ ନିୟମ ଅନୁଯାୟୀ ଟେକ୍ସ ପଇଠ କରି ନଥିବା ଟ୍ରକର  ନଥିପତ୍ରରୁ ଜଣାପଡିଥିଲା। ପରିଣାମ ସ୍ବରୂପ ସମ୍ପୃକ୍ତ ଟ୍ରକ ଠାରୁ  ୧ ଲକ୍ଷ ୧୦ଜହାର ୮ଶହ ଟଙ୍କା ଜୋରିମାନା ପକାଇଛି।  ଯାହାକି ସର୍ବାଧିକ ଜରିମାନା ବୋଲି ଜଣାପଡିଛି ।
ସେହିପରି ଟ୍ରିପଲ ଡ୍ରାଇଭିଂ, ବିନା ହେଲମେଟ, ସିଟ ବେଲ୍ଟ ନ ବାନ୍ଧିବା,ଦ୍ରୁତ ଗତିରେ ଗାଡି ଚାଳନା, ବିନା ବୀମା ଓ ଗାଡି କାଗଜପତ୍ର ନ ଥିବା ଗାଡି ଚାଳକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ରାୟଗଡା ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲିପ କୁମାର ଦଳେଇ,ଏମଭିଆଇ ଶିବଶଙ୍କର ଚୈାଧୁରୀ ଉପସ୍ଥିତ ଥିବାବେଳେ ପୋଲିସ ବିଭାଗର ଏସଡିପିଓ ତପନ ନାରାୟଣ ରଥଙ୍କ ସମେତ ଏସଆଇ ରିଗାନ କିଣ୍ଡୋ,ଏ ଏସ ଆଇ. ପି.ରାବଣା ଓ ଗୋପାଳ ନାୟକ ପ୍ରମୁଖ ଟ୍ରାଫିକ ଚେକିଂରେ ଉପସ୍ଥିତ ରହିଥିଲେ ।
Leave A Reply