Odisha news

ବଳଦଟଣା ଉନ୍ନତ କୃଷିଯନ୍ତପାତି ସମ୍ବନ୍ଧୀୟ କୃଷକ ମେଳା ।

0
ଆର,ଉଦୟଗିରି- ଶନିବାର ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧୀନସ୍ଥ ପଶୁ ଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଗବେଷଣା ପ୍ରକଳପ ଓ କୃଷି ବିଜ୍ଞାନ କେନ୍ଦ୍ର ଗଜପତିର ମିଳିତ ଉଦ୍ୟାେଗରେ ଆର,ଉଦୟଗିରିବ୍ଲକର  ଫଟାଚାଞ୍ଚଡା ଗ୍ରାମରେ ବଳଦଟଣା ଉନ୍ନତ କୃଷି ଯନ୍ତପାତିର ବ୍ୟବହାର ସମ୍ବନ୍ଧୟ ଏକ କୃଷକ ମେଳାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ପ୍ରାୟ ଦୁଇଶହ ଅଗ୍ରଣୀ ଚାଷୀମାନେ ଯୋଗ ଦେଇଥିଲେ ।
ସମ୍ପ୍ରତି ଗଜପତି ଜିଲ୍ଲାରେ ଶତକଡା ୯୦ ଭାଗରୁ ଅଧିକ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଶ୍ରେଣୀରେ ଅଛନ୍ତି ଓ ସେମାନେ ମୁଖ୍ୟତଃ ବଳଦ ଉପରେ ନିର୍ଭର କରି ଚାଷ କାମ ସବୁ କରିଥାନ୍ତି । କୃଷିଯାନ୍ତିକ ଓ ବୈଷୟିକ ମହାବିଦ୍ୟାଳୟ ଅଧୀନସ୍ଥ କ୍ଷେତ୍ର ଯନ୍ତପାତି ଓ ଶକ୍ତି ବିଭାଗରେ ଏହି ପ୍ରକଳପ କାର୍ଯ୍ୟ କରୁଅଛି ଓ ଉକ୍ତ ଚାଷୀମାନଙ୍କର ଚାହିଦାକୁ ନଜରରେ ରଖି ପ୍ରକଳପ ତରଫରୁ ଓ.ୟୁ.ଏ.ଟି. ମୋଡପତ୍ର ଲଙ୍ଗଳ , ଉନ୍ନତ ଜୁଆଳି, ମଞ୍ଜିବୁଣା ଯନ୍ତ, କାଦୁଅ କରିବା ଯନ୍ତ, ଗଜାଧାନବୁଣା ଯନ୍ତ ଇତ୍ୟାଦି ବିକଶିତ କରାଯାଇଛି ବୋଲି ପ୍ରକଳପର ଗବେଷଣା ଯନ୍ତୀ ପ୍ରଫେସର୍ ସଂଗ୍ରାମ କେଶରୀ ସ୍ବାଇଁ ପ୍ରକାଶ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ସମ୍ପ୍ରସାରଣ ବୈଜ୍ଞାନିକ ଇଂ ଦ୍ବାରିକା ମୋହନ ଦାସ ଉପସ୍ଥିତ ଚାଷୀମାନଙ୍କୁ ପ୍ରକଳପ ତରଫରୁ ବିକଶିତ ଅନ୍ୟାନ୍ୟ ଜ୍ଞାନଶୌଶଳକୁ ବ୍ୟବହାର କରି ସୁଫଳ ପାଇବାକୁ ଚେଷ୍ଟା କରିବା ପାଇଁ ଆହ୍ନାନ ଦେଇଥିଲେ ।
ପ୍ରକଳପର ପଶୁ ବିଜ୍ଞାନୀ ପ୍ରଫେସର୍ ଅରୁଣ କୁମାର ମହାପାତ୍ର ବଳଦ ଓ ଗାଈମାନଙ୍କର ବାସସ୍ଥାନ , ଖାଦ୍ୟପେୟ ତଥା ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ ଅନେକ ମୂଲ୍ୟବାନ ଉପଦେଶ ଦେଇଥିଲେ । ପ୍ରକାଶ ଥାଉକି ଏହି ଜିଲ୍ଲାରେ ପ୍ରକଳପ ତରଫରୁ ଅନେକ ତାଲିମ ଓ କ୍ଷେତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ବିଗତ ବର୍ଷମାନଙ୍କରେ ଅନେକ ଗ୍ରାମରେ ଆୟୋଜନ କରାଯାଇସାରିଛି । ଆଗାମୀ ଦିନରେ ଏହି ଅଞ୍ଚଳର ଚାଷୀମାନଙ୍କ ପାଇଁ ପ୍ରକଳପ ତରଫରୁ ଅନେକ କାର୍ଯ୍ୟକ୍ରମ କରାଯାଇ ଉନ୍ନତ ବଳଦଟଣା ଯନ୍ତପାତିର ପ୍ରଚାର ଓ ପ୍ରସାର କରାଯିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ପ୍ରଫେସର୍ ସ୍ବାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ।
Leave A Reply