Odisha news

ମାତୃତ୍ଵ ନିକଟରେ ହାର୍ ମାନିଲା ବଳିଆନ ବାଘ : ନିଜ ଛୁଆ ପାଇଁ “ମା”ର ବାଘ ସହିତ ସଂଘର୍ଷ

ନୂଆଦିଲ୍ଲୀ : ମାର ସ୍ନେହ ନିକଟରେ ସବୁକିଛି ତୁଚ୍ଛ ଅଟେ । ନିଜର ସନ୍ତାନ ମାନଙ୍କ ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇପାରେ । ଜଣେ ମା ନିଜ ୫ ବର୍ଷର ଛୁଆର ଜୀବନ ରକ୍ଷା ପାଇଁ ସିଂହ ସହିତ ମଧ୍ୟ ଲଢ଼ିବା ପାଇଁ ପଛେଇଲା ନାହିଁ ।
ଏହି ଘଟଣାଟି ଘଟିଛି ଆମେରିକା ସ୍ଥିତ କାଲିଫର୍ଣ୍ଣିଆ ର ପାହାଡିଆ ଅଞ୍ଚଳ ରେ ଘଟି ଯାଇଛି । ଏହି ଅଞ୍ଚଳର ଜଣେ ଫରେଷ୍ଟ ଗାର୍ଡ କହିଛନ୍ତି ଏହି ଜଂଗଲୀ ବାଘ ଟି ପାଖାପାଖି ୪୫ ଗଜ ପର୍ଯ୍ୟନ୍ତ ୫ ବର୍ଷର ଶିଶୁ ଟିକୁ ଘୋଷାରି ଥିଲା ।
ଫରେଷ୍ଟ ଗାର୍ଡ କହିଛନ୍ତି ଏହି କାହାଣୀ ର ପ୍ରକୃତ ନାୟିକା ଛୁଆ ଟିର ମା ଅଟନ୍ତି । ଯିଏକି ଛୁଆଟିକୁ ବଞ୍ଚାଇବା ପାଇଁ ବାଘ୍ ସହିତ ଯୁଦ୍ଧ କରିଥିଲେ । ଆଉ ସେ ସେତେବେଳ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ ଯେତେବେଳ ପର୍ଯ୍ୟନ୍ତ ସିଂହ ଟି ହାର ମାନି ନଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତବେଳେ ବାଘ ଟି ଛୁଆଟି କୁ ଟାଣି ନେଇଗଲା , ସେତେବେଳେ ତା ମା ଘର ଭିତରୁ ବିନା ହାତିଆର ରେ ବାହାରି ଆସିଥିଲେ ଓ ବାଘର ମୁହଁ କୁ ସେତେବେଳ ପର୍ଯ୍ୟନ୍ତ ମୁଥ ମାରି ଚାଲିଲେ । ସିଏ ସେତେବେଳ ପର୍ଯ୍ୟନ୍ତ ମୁଥ ମାରି ଥିଲେ ଯେତେବେଳ ଯାଏଁ ତାଙ୍କ ଛୁଆକୁ ବାଘ ଛାଡ଼ି ନଥିଲା । ଶିଶୁ ଟିର ମୁଣ୍ଡର ଉପରି ଭାଗରେ ଗଭୀର କ୍ଷତ ଲାଗିଚି ଓ ବର୍ତ୍ତମାନ୍ ଚିକିତ୍ସା ହେଉଛି ।

Comments are closed.