Odisha news

ଡ୍ୟାନ୍ସ ଓଡିଶା ଡ୍ୟାନ୍ସରେ ଚମକିଲେ ଛତ୍ରପୁର ର ନୃତ୍ୟଶିଳ୍ପୀ ରାମେଶ୍ୱର

ଛତ୍ରପୁର  : ଜି ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ଓଡିଶା ଡ୍ୟାନ୍ସ କାର୍ଯ୍ୟକ୍ରମରେ ନିଜର ନୃତ୍ୟ ପ୍ରଦର୍ଶନ କରି ବିଚାରପତି ଓ ଦର୍ଶକ ମାନଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ଛତ୍ରପୁର ସହରର ନୃତ୍ୟଶିଳ୍ପୀ ରାମେଶ୍ୱର ପଣ୍ଡା । ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ “ଏକା ସାଙ୍ଗେ ପ୍ରେମ କଲି ତିନୋଟି ଝିଅକୁ” ଗୀତରେ ନାଚି ଦର୍ଶକ ଓ ବିଚାରପତିଙ୍କ ମନ ମୋହିଥିଲେ । ବଲିଉଡ ଜଗତର ବିଶିଷ୍ଟ ଅଭିନେତା ଗ୍ରାଣ୍ଡ ମାଷ୍ଟର ଗୋବିନ୍ଦା ମଧ୍ୟ ଏହି ନାଚକୁ ପ୍ରଶଂସା କରି ରାମେଶ୍ୱରଙ୍କ ସହ ନାଚିବା ସହିତ ଏହି ଗୀତକୁ ସଂଯୋଜନା କରିଥିବା ଛତ୍ରପୁର ବିବିଧା ଫାଉଣ୍ଡେସନ୍ ଫର ଆର୍ଟ ଏଣ୍ଡ କଲଚର ର ନୃତ୍ୟଗୁରୁ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଚାରପତି ଭାବେ ଡ୍ୟାନ୍ସ ମାଷ୍ଟର ହରିହର ଦାସ ଓ ଶାଶ୍ୱତ ଯୋଶୀ, ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଏଲିନା ସାମନ୍ତରାୟ, ପ୍ରମୁଖ ଯୋଗ ଦେଇ ରାମେଶ୍ୱରଙ୍କୁ ଗ୍ରାଣ୍ଡ ଅଡିସନ ପାଇଁ ଚୟନ କରିଥିଲେ । ପୂର୍ବରୁ ଛତ୍ରପୁର ର ରାମେଶ୍ୱର ଗାଁ ଆଖଡା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରି ଛତ୍ରପୁର ସହର ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

Shares