Odisha news

ଭଗବାନ୍ ଶ୍ରୀକୃଷ୍ଣ ଙ୍କ ର ପ୍ରିୟ ଅଟନ୍ତି ଏହିସବୁ ରାଶିର ବ୍ୟକ୍ତି , ଦେଖନ୍ତୁ କେଉଁ ରାଶି ଏହିଦିନ କେଉଁ କାର୍ଯ୍ୟ କରିବା ଆବଶ୍ୟକ

ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶିର ବର୍ଣ୍ଣନା ରହିଛି । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଜଣା ପଡି ଥାଏ । ଭଗବାନ୍ ଶ୍ରୀକୃଷ୍ଣ ହେଉଛନ୍ତି ବିଷ୍ଣୁ ଙ୍କ ର ଅଷ୍ଟମ ଅବତାର । ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ହୋଇଛି । ଆମ ହିନ୍ଦୁ ଧର୍ମରେ ସବୁ ବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଓ ରୋହିଣୀ ନକ୍ଷତ୍ର ରେ ପାଳିତ ହୋଇଥାଏ । ଚଳିତ ବର୍ଷ ଅଗଷ୍ଟ ମାସ ସୋମବାର ୩୦ ତାରିଖ ରେ ପଡ଼ୁଚି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି କାର୍ଯ୍ୟ ରହିଛି ଯାହା ଆପଣ ନିଜ ରାଶି ଅନୁସାରେ ଏହିଦିନ କରିବା ଦ୍ୱାରା ଜୀବନରେ ସଫଳତା ମିଳି ପାରିବ
 * ବିଛା ରାଶି ର ବ୍ୟକ୍ତି ମାନେ ସନ୍ତାନ ପ୍ରାପ୍ତି ପାଇଁ ଏହିଦିନ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ସାନିଧ୍ୟ ଲାଭ କରିବା ପାଇଁ ଘରକୁ ବଇଁଶୀ ଆଣନ୍ତୂ ଓ ସାନିଧ୍ୟ ଲାଭ କରନ୍ତୁ
* ଜନ୍ମାଷ୍ଟମୀ ଦିନଟି ମକର ରାଶିର ବ୍ୟକ୍ତି ଙ୍କ ପାଇଁ ଖୁବ୍ ଶୁଭ ଅଟେ । ସେମାନେ ଏହି ପବିତ୍ର ଦିନରେ ଶ୍ରୀକୃଷ୍ଣଙ୍କ ଆରାଧନା କରନ୍ତୁ ।
* କୁମ୍ଭ ରାଶିର ବ୍ୟକ୍ତିମାନେ ଏହିଦିନ ହଳଦିଆ ବସ୍ତ୍ର ଓ ହଳଦିଆ ପୁଷ୍ପ ଶ୍ରୀକୃଷ୍ଣ ଙ୍କୁ ଅର୍ପଣ କରିବା ଉଚିତ୍ ।
* ମୀନ ରାଶି ପାଇଁ ଜନ୍ମାଷ୍ଟମୀ ଦିନ ଟି ଖୁବ୍ ଶୁଭ ଅଟେ । ସନ୍ଧ୍ୟା ସମୟରେ ଶ୍ରୀକୃଷ୍ଣ ମନ୍ଦିରକୁ ଜାଇ ଦର୍ଶନ କଲେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ
* ମେଷ ରାଶି ର ବ୍ୟକ୍ତିଙ୍କ ସ୍ଵଭାବ ଶାନ୍ତ ହୋଇଥାଏ । ତେଣୁ ଏହି ରାଶିର ବ୍ୟକ୍ତି ଜନ୍ମାଷ୍ଟମୀ ଦିନ ଗାଈ କୁ ପୂଜା କରି ଆଦର ସତ୍କାର କରିବା ଆବଶ୍ୟକ
 * ବୃଷ ରାଶିର ବ୍ୟକ୍ତି ସବୁଦିନ ସ୍ନାନ ସାରି ସୂର୍ଯ୍ୟଙ୍କୁ ପୂଜା କରିବା ପରେ ଶ୍ରୀକୃଷ୍ଣ ନାମ ୧୦୮ ଥର ଜପ କରିବା ଉଚିତ୍। ବୃଷ ରାଶି କୃଷ୍ଣଙ୍କର ଅତି ପ୍ରିୟ ଅଟେ ।
* ମିଥୁନ ରାଶିର ବ୍ୟକ୍ତି ମାନେ ଏହିଦିନ ଦରିଦ୍ର ନାରାୟଣଙ୍କୁ ସେବା ଶୁଶ୍ରୁଷା କରି ଆଶୀର୍ବାଦ ଲାଭ କରିବା ଆବଶ୍ୟକ ।
* କର୍କଟ ରାଶିର ବ୍ୟକ୍ତିମାନେ ଜୀବନରେ ଉନ୍ନତି କରିବା ପାଇଁ ଏହିଦିନ ବ୍ରତ ପାଳନ କରିବା ଉଚିତ୍ । ଯାହାଦ୍ଵାରା ଜୀବନରେ ସଫଳତା ପାଇବେ ।
* କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ଖୁବ୍ ଶୁଭ ଅଟେ । ଏହି ରାଶିର ବ୍ୟକ୍ତି ଶ୍ରୀକୃଷ୍ଣ ଙ୍କ ନାମ ସହିତ ରାଧାଙ୍କ ନାମ ଜପ କରନ୍ତୁ ।
* ଜ୍ୟୋତିଷ ମାନ୍ୟତା ଅନୁସାରେ ସିଂହ ରାଶି ର ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ଖୁବ୍ ଶୁଭ ଅଟେ । ସିଂହ ରାଶିର ବ୍ୟକ୍ତି ଖୁବ୍ ପରିଶ୍ରମୀ ହୋଇ ଥାଆନ୍ତି । ସିଂହ ରାଶି ର ବ୍ୟକ୍ତି ଗୁରୁଜନ ମାନଙ୍କ ର ଆଜ୍ଞା ପାଳନ କରି ତାଙ୍କ ସେବା କରିବା ଉଚିତ୍ ।
* ତୁଳା ରାଶିର ବ୍ୟକ୍ତି ଙ୍କ ପାଇଁ ଶ୍ରୀକୃଷ୍ଣଙ୍କର ବିଶେଷ କୃପା ରହିଛି । ତେଣୁ ଏହି ରାଶିର ବ୍ୟକ୍ତି ରୋଗୀ ଦିନ ହୀନ ଙ୍କ ସେବା କରି ପୁଣ୍ୟ ଅର୍ଜନ କରନ୍ତୁ ।
* ଧନୁ ରାଶି ପାଇଁ ଜନ୍ମାଷ୍ଟମୀ ଖୁବ୍ ଶୁଭ ଅଟେ । ଯଦି କୌଣସି ଭଲ ଓ ଶୁଭ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହିଦିନ ଶ୍ରୀକୃଷ୍ଣଙ୍କ ନିକଟରେ ସଂକଳ୍ପ କରି ଆରମ୍ଭ କରି ପାରିବେ ।
Shares