Odisha news

ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଗିରଫ

0

ବାରିପଦା : ବାରିପଦା ସହରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନିଜଣ ଗିରଫ ହୋଇ କୋର୍ଟଚାଲାଣ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ବାରିପଦା ସହରର ଜଣେ ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ବାରିପଦା ଷ୍ଟେସନବଜାର ଅଞ୍ଚଳର ଏସକେ ସଫିକ୍(୨୩) ପେଟ୍ରୋଲ ଆଣିବାକୁ କହିଥିଲେ । ତାଙ୍କ ଭଉଣୀ ପେଟ୍ରୋଲ ଆଣିବା ପରେ ତାଙ୍କୁ ଘରେ ଛାଡିବା ବଦଳରେ ମଧୁବନ ପଡିଆ ନିକଟସ୍ଥ ଏକ ଗ୍ୟାରେଜ୍କୁ ନେଇଯାଇଥିଲେ ।

ସେଠାରେ ସଫିକ୍ଙ୍କ ସାଙ୍ଗ ଶୁନଗଡିଆ ୱାର୍ଡନମ୍ବର ୧୪ ଅଞ୍ଚଳର ଏସକେ ନିଜାମ୍(୨୬) ଓ ଉଦଳା ସହର ୱାର୍ଡନମ୍ବର ୭ଅଞ୍ଚଳର ରବିନ୍ଦ୍ର ଦାସ(୨୮) ପ୍ରମୁଖ ମିଶି ଏହି ନାବାଳିକାଙ୍କୁ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୋରଜବରଦସ୍ତ ଗଣଦୁଷ୍କର୍ମ କରିଥିଲେ । ପରେ ପୀଡିତା ନାବାଳିକା ଜଣଙ୍କ ଘରକୁ ଆସି ପରିବାରଙ୍କୁ ସବୁକଥା ଜଣାଇଥିଲେ । ଏନେଇ ପୀଡିତାଙ୍କ ଅଭିଯୋଗ କ୍ରମେ ବାରିପଦା ଟାଉନଥାନାରେ ୩୧୧/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Leave A Reply