Odisha news

ଭୁବନେଶ୍ୱର : ଚୋରଙ୍କୁ ଗୋଡାଇ କାମୁଡିଲେ କୁକୁର , ଘଟଣାସ୍ଥଳରୁ ଖେଳଣା ପିସ୍ତଲ ଜବତ

0

ଭୁବନେଶ୍ୱର,(ନି.ପ୍ର): ରାଜଧାନୀରେ ଲୁଟେରାମାନଙ୍କ ନୂଆ ଫଣ୍ଡା । ନକଲି ବନ୍ଧୁକ ଧରି ଅପରାଧୀମାନେ ଅପରେସନ କରୁଛନ୍ତି । କେତେବେଳେ ଅସଲି ବନ୍ଧୁକ ଧରି ଲୋକଙ୍କ ମୁଣ୍ଡରେ ଲଗାଇ ଦିନ ଦ୍ୱିପ୍ରହରେ ଲୁଟ୍ପାଟ କରୁଛନ୍ତି ତ ଆଉ କେତେବେଳେ ନକଲି ବନ୍ଧୁକ ଧରି ଅପରେସନରେ ସଫଳ ହେଉଛନ୍ତି ।

୧୫ ଦିନ ତଳେ ବରମୁଣ୍ଡା ଗ୍ରାମ ଭିତରେ ଦୁଇ ଦୁର୍ବୃତ୍ତ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୯୪ ହଜାର ଟଙ୍କା ଲୁଟି ନେଇ ପଳାଇଥିବାବେଳେ ସେମାନଙ୍କଠାରୁ ବନ୍ଧୁକ ଖସି ପଡିଥିଲା । ଦୁଇ ଦିନ ତଳେ ସ୍ପେଶାଲ ସ୍କ୍ୱାଡ ଓ ଖଣ୍ଡଗିରି ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କଠାରୁ ବନ୍ଧୁକ, ନଗଦ ଟଙ୍କା ମଧ୍ୟ ପୁଲିସ ଜବତ କରିଥିଲା ।

ଏହିଭଳି ଘଟଣାକୁ ନେଇ ଲୋକମାନେ ଭୟଭିତ ହୋଇପଡିଥିବାବେଳେ ସୋମବାର ବିଳମ୍ବିତ ରାତିରେ ବରମୁଣ୍ଡା ହାଉସିଂବୋର୍ଡରେ ଘଟିଛି ଅଭାବନୀୟ ଘଟଣା । ଲୁଟେରାମାନେ ହାତରେ ଖେଳଣା ବନ୍ଧୁକ ଧରି ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ ଦଇବ ସହିନଥିଲା । ଲୁଟ୍ ପାଇଁ ଉଦ୍ୟମ କରିବା ବେଳେ କୁକୁର ଗୋଡେ ଗୋଡେଇ କାମୁଡି ଦେବା ଯୋଗୁଁ ଦୁଇ ଲୁଟେରା ଗୁରୁତର ହୋଇ ଲହୁଲୁହାଣ ହୋଇଛନ୍ତି । ରାସ୍ତାସାରା ରକ୍ତ ଛିଟା ଦେଖି ଆଜି ସକାଳୁ ଲୋକେ ଭୟଭିତ ହୋଇପଡିଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ପହଞ୍ଚô ଘଟଣା ସ୍ଥଳରୁ ଖେଳଣା ବନ୍ଧୁକ ଜବତ କରିବା ସହ ରାସ୍ତାରେ ରକ୍ତ ଛିଟା ପଡିଥିବା ଜାଣିବାକୁ ପାଇଛି ।

ଏ ନେଇ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ଯେ, ଦୁଇ ଜଣ ଲୁଟେରା ଲୁଟ ଉଦ୍ୟମ ବେଳେ କୁକୁର ଗୋଡେଇବାରୁ ଦୁହେଁ ଖଣ୍ଡିଆ ଖବରା ହୋଇ ଚମ୍ପଟ ମାରିଥିଲେ । ସିସିଫୁଟେଜ୍ରେ ଦୁଇ ଲୁଟେରାଙ୍କ ଫଟୋ କଏଦ ହୋଇଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ କହିଛନ୍ତି । ପରେ ପୋଲିସ ସେଠାରେ ରକ୍ତଛିଟା ପଡିବା ସହ ଖେଳଣା ବନ୍ଧୁକ ମଧ୍ୟ ଜବତ କରିବା ସହ ଘଟଣାର ଛାନଭିନ ଜାରି ରଖିଛି ।

Leave A Reply