Odisha news

ଆଦିତ୍ୟ ମୃତୁ୍ୟ ପଛରେ କିଏ ସେହି ରହସ୍ୟମୟୀ

0

ଭୁବନେଶ୍ୱର,(ନି.ପ୍ର): ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଜଟିଳ ହେବାକୁ ଲାଗିଛି । ଘଟଣାର ୫୫ଦିନ ପରେ ତାଙ୍କ ବାପା ନନ୍ଦିକିଶୋର ଦାଶ ଭିନ୍ନ ଅଭିଯୋଗ କରିଛନ୍ତି । ବିବାହ ହେବାପାଇଁ ତାଙ୍କ ପୁଅର ପିଛା ପଡିଥିବା ଜଣେ ଯୁବତୀ ତାଙ୍କୁ ହତ୍ୟା କରି ଗ୍ୟାଙ୍ଗଷ୍ଟାରଙ୍କ ଜରିଆରେ ଟ୍ରେନ ଲାଇନ୍ରେ ପକାଇ ଦେଇଥିବା ନେଇ ସେ ସନେ୍ଦହ କରିବା ସହ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ମଙ୍ଗଳବାର କିଛି ସମାଜସେବୀ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ସିବିଆଇ ତଦନ୍ତ ହେଲେ ସେ ଅଦୃଶ୍ୟ ରହସ୍ୟମୟୀଙ୍କ ରହସ୍ୟ ଖୋଲିଯିବ ବୋଲି ଆଦିତ୍ୟଙ୍କ ବାପା କହିବାସହ ସମାଜସେବୀମାନେ ମତ ଦେଇଛନ୍ତି ।

ଆଦିତ୍ୟଙ୍କ ମୃତୁ୍ୟ ଘଟଣାରେ ରହଛି ଜଣେ ରହସ୍ୟମୟୀ ମହିଳାଙ୍କ ହାତ । ଏଭଳି ଖୁଲାସା କରିଛନ୍ତି ମୃତ ଆଦିତ୍ୟଙ୍କ ବାପା ନନ୍ଦିକିଶୋର ଦାସ । ଆଦିତ୍ୟଙ୍କ ସହ ମହିଳାଙ୍କ ଦୀର୍ଘ ଗୋଟିଏ ବର୍ଷ ଧରି ସମ୍ପର୍କ ରହିଥିଲା । ଆଦିତ୍ୟଙ୍କୁ ସେ ବିବାହ କରିବାକୁ ଚାହୁଁଥିଲେ । ହେଲେ ଆଦିତ୍ୟ ରାଜି ହୋଇନଥିଲେ । ମୋ ପୁଅ ମୃତୁ୍ୟ ପଛରେ ମହିଳାଙ୍କ ହାତ ଥିବା ସନେ୍ଦହ ହେଉଛି ।

ଏ ନେଇ ନନ୍ଦ କିଶୋର କ୍ରାଇମବ୍ରାଞ୍ଚକୁ ସବୁ ତଥ୍ୟ ଦେଇଥିଲେ । ହେଲେ କାହିଁକି କ୍ରାଇମବ୍ରାଞ୍ଚ ସାଇକୋ ଲେଡିଙ୍କୁ ତଦନ୍ତ ପରିସରଭୁକ୍ତ କରିନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେ । ଆଦିତ୍ୟ ଦାସ ମୃତୁ୍ୟ ଘଟଣାରେ ୨୦ ଦିନ ଧରି କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ମଧ୍ୟ ସେଭଳି କୋଣସି ଆଖିଦୃଶ୍ୟ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଖାଲି ସମସ୍ତଙ୍କୁ ଜେରା କରିବା ସହ ବାରମ୍ବାର ଘଟଣା ସ୍ଥଳକୁ ଆସୁଛନ୍ତି । ମୋ ପୁଅକୁ ନ୍ୟାୟ ମିଳିବା ଦରକାର ଏବଂ ଅଭିଯୁକ୍ତମାନେ ଗିରଫ ହେବା ଦରକାର । ଯଦି କ୍ରାଇମବ୍ରାଞ୍ଚ ଆଦିତ୍ୟ ଦାସ ମୃତୁ୍ୟ ଘଟଣାରେ ବିଫଳ ହୁଏ ତାହେଲେ ମୁଁ ସମସ୍ତ ଘଟଣା ଗଣମାଧ୍ୟମକୁ ଜଣାଇ ଦେବି ବୋଲି ନନ୍ଦ କିଶୋର କହିଥିବା ଜଣାପଡିଛି ।

ଆଦିତ୍ୟ ଦାସ ମୃତୁ୍ୟ ଘଟଣାରେ ରେଳବାଇ ଥାନା ପୋଲିସ ତଦନ୍ତ କରି ବିଫଳ ହେବା ପରେ ଡିଜିପି ଶ୍ରୀ ଅଭୟ କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତଭାର ଦେଇଥିଲେ । କ୍ରାଇମବ୍ରାଞ୍ଚ ୨୦ ଦିନ ଧରି ଛାନଭିନ କରିଥିଲେ ମଧ୍ୟ ସେଭଳି ବଳିଷ୍ଠ ପ୍ରମାଣ ପାଇପାରିନଥିବା ମନେ ହେଉଛି ବୋଲି ସେ କହିଛନ୍ତି । କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ପନôୀ ବିଦ୍ୟାଶ୍ରୀ,ପିପୁଲ ଫର ସେବାର ସଦସ୍ୟ ସ୍ମୃତିରଞ୍ଜନ ସେଠୀ ଓରଫ ପପୁ, ବିକାଶ ବରାଳ ଏବଂ ଦୀପକ ବେହେରାଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରି ସାରିଛି । ଟେଷ୍ଟ ପରେ କ୍ରାଇମବ୍ରାଞ୍ଚ ହାତରେ କି ବଳିଷ୍ଠ ପ୍ରମାଣ ଲାଗିଛି ଏବଂ ପରବର୍ତ୍ତି ସମୟରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାର କଥା । ଆଦିତ୍ୟ ଦାସ ମୃତୁ୍ୟ ଘଟଣାକୁ ୨ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ନ୍ୟାୟ ଏପର୍ଯ୍ୟନ୍ତ ମିଳିଲା ନାହିଁ ।

Nalco
Leave A Reply