Odisha news

ଥର୍ମାଲ ଡିଏଭି ପବ୍ଲିକ୍ ସ୍କୁଲର କୋଭିଡ୍-୧୯ ସଚେତନତା କାର୍ଯ୍ୟକ୍ରମ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପରିଚାଳିତ ଡିଏଭି ପବ୍ଲିକ ସ୍କୁଲର ଅଧକ୍ଷ ଶ୍ରୀ ନିଶିକାନ୍ତ କରଙ୍କ ଅବାହକତ୍ୱର କୋଭିଡ୍-୧୯ ସମ୍ପର୍କିତ ଏକ ସଚେତନା କାର୍ଯ୍ୟକ୍ରମ ଇତି ମଧ୍ୟରେ ହୋଇଯାଇଛି । ସ୍ଥାନୀୟ ଶକ୍ତି ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ସ୍କୁଲର ସମସ୍ତଶିକ୍ଷକଙ୍କ ସମେତ ଚାଇଁପାଳ ଫାଣ୍ଡି ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ପଣ୍ଡା ଯୋଗଦେଇ ମାସ୍କ ବଣ୍ଟନ ଓ ସାନିଟାଇଜେସନ୍ରେ ସହଯୋଗ କରିଥିଲେ । ଏତଦ୍ଭିନ୍ନ ସାମାଜିକ ଦୂରତା ରକ୍ଷା କରିବା,ମୁହଁ,ଆଖି ଓ ନାକରେ ହାତ ନାରିବା । ବାରମ୍ବାର ୨୦ସେକେଣ୍ଡରେ ଥରେ ସାବୁନରେ ହାତ ଧୋଇବା,କୋଭିଡ୍-୧୯ର ଲକ୍ଷଣ ଦେଖାଦେଲେ ବିନା ଦ୍ୱିଧାରେ ୧୦୪ରେ ପଞିକରଣ କରିବା ପ୍ରଭୃତି ଉପରେ ସଚେତନ କରାଯାଇଥିଲା । ଅଧୟନ ଓ ଛାତ୍ରଙ୍କ କୃତିତ୍ୱରେ ଜିଲ୍ଲାର ସର୍ବଶ୍ରେଷ୍ଟ ମାନ୍ୟତା ପ୍ରପ୍ତ ଏହି ଶିକ୍ଷାନୁଷ୍ଟାନର ଏହି ସାମାଜିକ କାର୍ଯ୍ୟକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜିବୀ ମହଲରେ ସ୍ୱାଗତ କରାଯାଇଛି ।

Leave A Reply