Odisha news

ସରପଞ୍ଚ ଙ୍କ ଚତୁରତା ଓ ବୁଦ୍ଧିମାନତା ଯୋଗୁ ୪ଜଣ ବଙ୍ଗୀୟ ଶ୍ରମିକଙ୍କୁ କ୍ୟାରେଣ୍ଟାଇନ୍ କୁ ନେଲେ

0

ଗୋଡିବନ୍ଧ : ତାଳଚେର ବ୍ଲକ ହରିହରପୁର ପଂଚାୟତ ଅଧିନସ୍ଥ ଗୋଡିବନ୍ଧ ଛକରୁ ୪ଜଣ ବଙ୍ଗୀୟ ଶ୍ରମିକଙ୍କୁ ସରପଂଚ ତଥା ଅସ୍ଥାୟୀ କ୍ଷମତାପ୍ରାପ୍ତ ଜିଲ୍ଲାପାଳ ସଂଘରୋଧ କଠୋରୀକୁ ନେଇଥିବା ଜଣାପଡିଛି । ସୂଚନା ଯୋଗ୍ୟଯେ, ଗତ ସୋମବାର ରାତ୍ର ୧୧ଟା ସମୟରେ ଆଇଟିଆର ନାମକ ଏକ ଠିକାସଂସ୍ଥାରେ କାର୍ଯ୍ୟରତ ୪ଜଣ ଶ୍ରମିକ ଗୋଡିବନ୍ଧ ଛକରେ ସନ୍ଦିଗ୍ଧ ଅବସ୍ଥାରେ ବୁଲଥିବାର ଲକ୍ଷ କରାଯାଇଥିଲା । ପଶ୍ଚିମବଙ୍ଗର କଲିକତାରୁ ଆସିଥିବା ଏହି ୪ଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକେ ସରପଂଚ ତଥା ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତକôାଳ ଶ୍ରୀ ପ୍ରଧାନ ଗୋଡିବନ୍ଧ ପ୍ରାଥମିକ ପୋଲିସ୍ ସହାୟତା କେନ୍ଦ୍ରର ଅଧିକାରୀ ଶ୍ରୀ ସୁନାକର ସ୍ୱାଇଁଙ୍କୁ ଜଣାଇ ସେହି ଛକର ହାଇସ୍କୁଲରେ ନିର୍ମିତ ସଂଘରୋଧ କୋଠରୀରେ ସେମାନଙ୍କୁ ରଖିଥିଲେ । ମାତ୍ର ମଙ୍ଗଳବାର ଦିନ ସମ୍ପୃକ୍ତ ଶ୍ରମିକ ମାନେ ସଂଘରୋଧ କୋଠରୀର ନିୟମଭଙ୍ଗ କରି ଛକର ଏଣେତେଣେ ବୁଲୁଥିବାର ଲୋକେ ଦେଖିବାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏଖବର ପ୍ରସାର ହେବାପରେ ସରପଂଚ ତଥା ଜିଲ୍ଲାପାଳ ଶ୍ରୀ ପ୍ରଧାନଙ୍କ ନିଦେ୍ର୍ଦଶକ୍ରମେ ଘଟଣା ସ୍ଥଳରେ କୋଭିଡ୍-୧୯ର ଗଠିତ କମିଟିର ନୋଡାଲ ଅଫିସର୍ ବାବାଜୀ ଚରଣ ଦାସ,ସଦସ୍ୟ ଶିକ୍ଷକ ଶୋଭନ୍ କୁମାର ନନ୍ଦ,କୈଳାସ ଚନ୍ଦ୍ର ସାହୁ,ରୋହିତ କୁମାର ପ୍ରଧାନ,ଶିକ୍ଷୟିତ୍ରୀ ମଞୁଶ୍ରୀ ସାହୁ,ଅଙ୍ଗନବାଡି କର୍ମୀ ରୀନାରାଣୀ ପ୍ରଧାନ,ପଙ୍କଜିନୀ ସତପଥି,ଅନ୍ତର୍ଯ୍ୟାମି ସିହ୍ନା,ସୁକାନ୍ତି ପ୍ରଧାନ,ସୁଶ୍ରୀବାଳା ନନ୍ଦ ପ୍ରମୂଖ ଘଟଣା ସ୍ଥଳକୁ ଯାଇ ପୋଲିସ୍ ଏସ୍ଆଇ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାରକରି ପୁନଶ୍ଚ ସଂଘରୋଧ କଠୋରୀକୁ ଆଣିଥିଲେ । ଉକ୍ତ କଠୋରୀରେ ସମସ୍ତ ପ୍ରକାର ସୁବିଧା ସହ ୫୩ଜଣଙ୍କୁ ପ୍ରତ୍ୟେହ ରନ୍ଧାଖାଦ୍ୟ ଦିଆଯାଉଥିବା ସରପଂଚ ଶ୍ରୀ ପ୍ରଧାନ ଆମ୍ଭ ସ୍ଥାନୀୟ ପ୍ରତିନିଧିଙ୍କୁ କହିଥିଲେ । ସ୍ଥାନୀୟ ଯୁବଗୋଷ୍ଠୀ ଏହି ଉଦ୍ୟମକୁ ଭୂୟଂଶୀ ପ୍ରଶଂସା କରିଥିଲେ ।

Har Ghar Tiranga

Leave A Reply