Odisha news

ଅନୁଗୁଳ/ବଅଁରପାଳ : ଓଲଟିଲା ଗ୍ୟାସ ଟ୍ୟାଙ୍କର-ଅଳ୍ପକେ ବର୍ତ୍ତିଲେ ଚାଳକ

0

ଅନୁଗୁଳ/ବଅଁରପାଳ: ବଅଁରପାଳ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ବନ୍ଦା ଓଭରବ୍ରିଜ ଉପରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଥିଲା ଓ ଡ୍ରାଇଭରଳ୍ଳ୍କେ ବଚିଂ ଯାଇଥିବାର ଜଣା ପଡିଛି । ସୂଚନା ଅନୁଯାୟୀ ଆଜି ଦିନ ୩.୩୦ ମିନିଟ ସମୟରେ ଇଣ୍ଡେନ ଗ୍ୟାସର ଏକ ଟ୍ୟାଙ୍କର ସିଜେ-୦୪-ଏମଏସ-୨୬୬୩ ଅନୁଗୁଳରୁ ବଅଁରପାଳ ଆଡେ ଆସୁଥିବା ସମୟରେ ଓଭରଟେକ କିମ୍ବା ସାଇଡ ଦେବା କାରଣରୁ ହେଉ ବନ୍ଦା ଓଭରବ୍ରିଜ ଉପରୁ ଡାହାଣ ପାଖକୁ ଓଲଟି ପଡିଥିଲା । ଭାଗ୍ୟ ବଶତଃ ଟ୍ୟାଙ୍କରର କେବିନଟି ଏକ ଲିମ୍ବ ଗଛରେ ଅଟକି ରହିବାରୁ ଡ୍ରାଇଭର ରକ୍ଷା ପାଇଯାଇଥିଲା । ଡ୍ରାଇଭରଙ୍କ ହାତରେ ଆଘାତ ଲାଗିଥିବା ଜଣା ପଡିଛି । ଗ୍ୟାସ ଟାଙ୍କିଟି କେବିନରୁ ଅଲଗା ହୋଇ ଯାଇଥିଲା । ଗ୍ୟାସ ଟାଙ୍କିଟି ଖାଲି ଥିବାରୁ ଏକ ବଡ ବିପଦରୁ ରକ୍ଷା ମିଳି ଯାଇଛି । ବଅଁରପାଳ ପୁଲିସ ଓ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଚିଂ ଆହାତ ଡ୍ରାଇଭରଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିବା ସହ ଘଟଣାର ଅନୁସନ୍ଧାନ କରୁଛନ୍ତି ।

Leave A Reply