ଦାନଗଦୀ : ସାରା ଦେଶ କୋଭିଡ-୧୯ ଯୋଗୁ ଲକଡାଉନ ଜାରି ଥିବାବେଳେ ଅଣଓଡିଆ ଶ୍ରମିକମାନେ ନିଜ ରାଜ୍ୟ ମଧ୍ୟପ୍ରଦେଶ ଏବଂ ଉତରପ୍ରଦେଶକୁ ଚାଲିଚାଲି ଯାଉଥିବା ଶ୍ରମିକକୁଂ ଆଜି ଫାଣ୍ଡୀ ଅଧିକାରୀ ଗୋବର୍ଦ୍ଧନ ନାୟକ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବାଂଟିଛନ୍ତି । ହେଲେ ଦାନଗଦୀ ବିଡିଓ ଏବଂ ତହସିଲଦାର ଜାଣିଥିଲେ ମଧ୍ୟ ଉଭୟ ଚୁପ ରହିଥିଲେ ।
ତାକଂ (ଫାଣ୍ଡୀ ଅଧିକାରୀ)ମାନବିକତା ଯୋଗୁ ସେ ଆଜି ସ୍ଥନୀୟ ଅଂଚଳରେ ବେଶ ଚର୍ଚ୍ଚିତହୋଇଛନ୍ତି । ଏ ସଂପର୍କରେ ବିଜେଡି ଯୁବ ନେତା ଜାଣିବା ପରେ ତୁରନ୍ତ ଫାଣ୍ଡାୀ ଅଧିକାରୀ ଗୋବର୍ଦ୍ଧନ ନାୟକକୁଂ ଯୋଗାଯୋଗ କରିବା ପରେ ଫାଣ୍ଡୀ ଅଧିକାରୀ ନାୟକ ପଦକ୍ଷେପ ନେଇଥିଲେ । ଦୀର୍ଘ ଦିନହେଲା ଏହି ଶ୍ରମିକମାନେ ନିଜ ରାଜ୍ୟରୁ ଢ଼େକାଂନାଳ ଜିଲା ଭୁବନ ଅଂଚଳକୁ କାମ ପାଇଁ ଆସିଥିଲେ । ଭୁବନର ଏକ ଇଟାଭାଟି ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟରେ ଶ୍ରମିକଭାବେ କାମ କରୁଥିଲେ । ହେଲେ କୋଭିଡ-୧୯ ଦ୍ୱାରା ଲକ ଡାଉନ,ସର୍ଟଡାଉନ ଯୋଗୁ କାମ ଧନ୍ଧା ସଂପୁର୍ଣ୍ଣ ବନ୍ଦ ହୋଇ ଯାଇଥିଲା ।
ଯାହାଫଳରେ ଶ୍ରମିକମାନେ ଆର୍ଥୀକ ଅନାଟନରେ ଗତି କରିଥିଲେ । ଶେଷରେ ନିଜ ରାଜ୍ୟ ମଧ୍ୟପ୍ରଦେଶର ୭ ଏବଂ ଉତରପ୍ରଦେଶର ୯ ଶ୍ରମିକ ନିଜ ରାଜ୍ୟକୁ ଫେରିଯିବା ପାଇଁ ବାଧ୍ୟ ହୋଇଥିଲେ । ଯାହାଫଳରେ ଲକ ଡାଉନ ଥିବାରୁ ଆଜି ସକାଳୁ ଶ୍ରମିକମାନେ ନିଜ ରାଜ୍ୟକୁ ଭୁବନରୁ ଚାଲିଚାଲି ବାହାରିଥିଲେ । ଆଜି ମଧ୍ୟାହ୍ନରେ ଦାନଗଦୀରେ ପହଂଚିବାପରେ ସେମାନେ ହତାଶ ହୋଇପଡିଥିବା ସ୍ଥାନୀୟ ଲୋକେ ଅନୁଭବ କରିଥିଲେ । ଏ ସଂପର୍କରେ ତୁରନ୍ତ ଦାନଗଦୀ ବିଡିଓ ଏବଂ ଦାନଗଦୀ ତହସିଲଦାରକୁୂଂ ଜଣାଯାଇଥିଲା ।
କିନ୍ତୁ ସେମାନେ ଚୁପ ରହିଥିଲେ । ଶେଷରେ ଯାଜପୁରରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିକଂ ନିଦେ୍ର୍ଦଶ କ୍ରମେ ଫାଣ୍ଡୀ ଅଧିକାରୀ ଗୋବର୍ଦ୍ଧନ ନାୟକ ଶ୍ରମିକମାନକଂ ତୃଷା ମେଂଟାଇବା ପାଇଁ ଅଂଟା ଭିଡିଥିଲେ । ଯାହାକି ସମସ୍ତ ଶ୍ରମିକକୁଂ ରନ୍ଧା ଖାଦ୍ୟ ଖାଇବାକୁ ଦେବା ସହ ଶୁଖିଲା ଖାଦ୍ୟ , ପାଣି ପାଉଚ ବଂଟନ କରିଥିଲେ । ଯାହାକି ଫାଣ୍ଡୀ ଅଧିକାରୀକଂ ମାନବିକତା ପାଖରେ ବିଡିଓ ଏବଂ ତହସିଲଦାର ହଜି ଯାଇଛନ୍ତି । ସ୍ଥାନୀୟ ସରପଂଚ ମାନବିକତାକୁ ଭୁଲିଯାଇଥିଲେ । ଭୋକରେ ଆଉଟ ପାଉଟ ହେଉଥିବା ଏହି ୧୬ ଜଣ ଶ୍ରମିକ ଓ ୪ ଜଣ ଶିଶୁଙ୍କ ମୁହଁରେ ଆହାର ଗଣ୍ଡେ ଦେଇ ପାରି ନ ଥିଲେ ।