Odisha news

ଜଗତଗୁରୁ ଙ୍କୁ ଭେଟଲେ ଦଇତା ନିଯୋଗ କର୍ମକର୍ତ୍ତା , ରଥଯାତ୍ରା ହେବକି ନାହିଁ ଏବେଠୁ କହିବା କଠିନ ବ୍ୟାପାର

0

ପୁରୀ :ରଥଯାତ୍ରା ହେବକି ନାହିଁ ଏବେ ଠାରୁ କହିବା କଠିନ ବ୍ୟାପାର । ପରମ୍ପରା ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟହେବ । ପରମ୍ପରାକୁ ନଷ୍ଟ କରିବାକୁ ଦିଆଯିବ ନାହିଁ । ପ୍ରଶାସନ ସମସ୍ତଙ୍କ ହିତ ଚିନ୍ତା କରୁଛନ୍ତି । ପ୍ରଶାସନର ଅନୁମତି ପୂର୍ବକ ବର୍ତ୍ତମାନ ପରିସ୍ଥିତିରେ କିଭଳି ରଥଯାତ୍ରା କରାଯିବ ତାହା ୩ ତାରିଖ ପରେ ନିର୍ଣ୍ଣୟ ନିଆଯିବ । କୌଣସି ପକ୍ଷପାତ କରାଯିବ ନାହିଁ ନାହିଁ ବୋଲି ଜଗଦ୍ଗୁରୁ୍ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି । ଆଜି ନିଯୋଗର କର୍ମକର୍ତ୍ତାମାନେ ଜଗଦ୍ଗୁରୁ୍ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରି ରଥାଯାତ୍ରା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ପରେ ପରେ ଜଗଦ୍ଗୁରୁ୍ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ଗତକାଲି ଅନୁଷ୍ଠିତ ନିଯୋଗର ବୈଠକରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରାନଯିବା ପାଇଁ ସମସ୍ତ ଦଇତାପତି ମତ ଦେଇଥିଲେ । ରଥଯାତ୍ରା ବନ୍ଦ କରାନଯାଇ ସିମିତ ସଂଖ୍ୟକ ସେବାୟତ, ଅଧିକାରୀ ଓ ପୁଲିସଙ୍କୁ ନେଇ ରଥଯାତ୍ରା କରିବାକୁ ଦଇତାପତି ନିଯୋଗର କର୍ମକର୍ତ୍ତାମାନେ ଆଜି ମତବ୍ୟକ୍ତ କରିଛନ୍ତି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ରକ୍ଷକ ସେବାୟତ ଭାବେ ପରିଚିତ ଦଇତାପତିମାନେ ଏ ସଂକ୍ରାନ୍ତରେ ନିଯୋଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି । ସୂଚନାଯୋଗ୍ୟ ଯେ ସାରାବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଏଭଳି ଅଭାବନୀୟ ଓ ପରିସ୍ଥିତିରେ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ସବୁଠାରୁ ଶ୍ରେଷ୍ଠ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ବିଭିନ୍ନ ମହଲରେନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପୁରୀ ଗୋବର୍ଦ୍ଧନ ପୀଠର ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପରାମର୍ଶ କ୍ରମେ ପରମ୍ପରା ରକ୍ଷା ପାଇଁ ଶ୍ରୀମନ୍ଦିର ବେଢ଼ା ଭିତରେ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଛି । ମନ୍ଦିର ଭିତରେ ହିଁ ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭ ଅନୁକୂଳ କରାଯାଇଛି । ଅନିବାର୍ଯ୍ୟ କାରଣବଶତଃ ରଥଯାତ୍ରା ବନ୍ଦ ହୋଇଗଲେ ଆପଦକାଳୀନ ବ୍ୟବସ୍ଥାନୁଯାୟୀ ତାହା କୌଣସି ହାନିକାରକ ନୁହେଁ ବୋଲି ମୁକ୍ତିମଣ୍ଡପର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବିଶ୍ୱନାଥ ମିଶ୍ର ଓ ସମ୍ପାଦକ ପଣ୍ଡିତ ଅଜିତ ମିଶ୍ର ମତ ଦେଇଥିଲେ । ଜଗଦ୍ଗୁରୁଙ୍କ ସଦ୍ୟ ପରାମର୍ଶ ସର୍ବଜନ ଗ୍ରାହ୍ୟ ବୋଲି ସେମାନେ କହିଥିଲେ ।

Leave A Reply