Odisha news

ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ ଘଟଣାର ପର୍ଦ୍ଦାଫାସ୍ : ସରପଞ୍ଚଙ୍କ ସମେତ ୫ ଗିରଫ, ପିସ୍ତଲ ଓ ଗୁଳି ଜବତ

0

ପୁରୀ :କୋଣାର୍କର ସାମ୍ବାଦିକ ସଞ୍ଜୟ ପତିଙ୍କ କରମଙ୍ଗା ଗ୍ରାମସ୍ଥିତ ଘର ଉପରେ ବୋମାମାଡ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ । ଘଟଣାରେ ସଂପୃକ୍ତ ଅଚୁ୍ୟତପୁର ପଞ୍ଚାୟତର ସରପଞ୍ଚଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ପେଣ୍ଠକଟା ମେରାଇନ ଥାନା ଅଧୀନସ୍ଥ ସମଗରା ଗ୍ରାମର ଧିରଜ ସ୍ୱାଇଁ ଓରଫ ପପୁ, ବାଲିଗୁଆଳି ଗ୍ରାମର ବାଦଲ ନାୟକ, କୈଳାସ ପ୍ରଧାନ ଓ କୋଣାର୍କ ଥାନା ଅଧୀନସ୍ଥ ବେରୁଆଁ ଗ୍ରାମର ଦିଲ୍ଲୀପ ନାୟକ । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ନାଲି ଓ କଳା ରଙ୍ଗ ବିଶିଷ୍ଟ ହୁଣ୍ଡା ସାଇନ ବାଇକ୍, ଗୋଟିଏ ନାଇନ ଏମଏମ ପିସ୍ତଲ ଓ ଦୁଇ ରାଉଣ୍ଡ ଗୁଳି ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ବିରୋଧରେ ୩୦୭, ୩୩୨, ୩୪ ଓ ଅସ୍ତ୍ରଶସ୍ତ୍ର ଆଇନର ୨୫ ଓ ୨୭ ଦଫାରେ ୫୦ ନମ୍ବର ମାମଲା ରୁଜୁ କରାଯାଇଛି । ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପକ୍ଷରୁ ପ୍ରସାରିତ ଏକ ପ୍ରେସ ବିଜ୍ଞପ୍ତିରେ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଗତ ୨୩ ତାରିଖ ମଧ୍ୟ ରାତ୍ରିରେ କେତେକ ଅଜ୍ଞାତ ବ୍ୟକ୍ତି ଏକ ନୁ୍ୟଜ ଚ୍ୟାନେଲର ରିପୋର୍ଟର ସଞ୍ଜୟଙ୍କ ଘର ଉପରକୁ ବୋମାମାଡ କରିଥିଲେ । ୩ଟି ବୋମା ବିସ୍ଫୋରିତ ହେବାରୁ ତାଙ୍କ ଘରର ଛାତ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଘରେ ଥିବା କୌଣସି ବ୍ୟକ୍ତି ଆହତ ହୋଇନଥିଲେ । ସଞ୍ଜୟଙ୍କ ପିତା ଜଳନ୍ଧର ପତିଙ୍କ ଲିଖିତ ଏତଲା ଭିତ୍ତିରେ କୋଣାର୍କ ଥାନାରେ ୪୯/୨୦ ନମ୍ବର ମାମଲା ରୁଜୁ କରାଯାଇଥିଲା । ଅଭିଯୁକ୍ତମାନେ ଏକ ବାଇକରେ ଖସି ପଳାଉଥିବା ବେଳେ ପୁଲିସର ରାତ୍ରିକାଳୀନ ପାଟ୍ରୋଲିଂ ପାର୍ଟି ସେମାନଙ୍କୁ ଅଟକାଯାଇଥିଲା । ମାତ୍ର ଅଭିଯୁକ୍ତମାନେ ପିସ୍ତଲ ଦେଖାଇ ପାଟ୍ରୋଲିଂ ପାର୍ଟିକୁ ହତ୍ୟା କରିବା ପାଇଁ ଉଦ୍ୟମ କରି ଖସି ପଳାଇବାରେ ସମର୍ଥ ହୋଇଥିଲେ । ଗତ ୨୧ ତାରିଖ ଦିନ ଅଚୁ୍ୟତପୁରର ସରପଞ୍ଚ ଅଭିଯୁକ୍ତ ଧିରଜ ସ୍ୱାଇଁ, କୈଳାସ ପ୍ରଧାନ, ବାଦଲ ନାୟକ ଓ ଅନ୍ୟ ୨-୩ଜଣଙ୍କ ସହ ମିଶି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଞ୍ଜୟ ପତିଙ୍କ ଘର ଉପରକୁ ବୋମାମାଡ କରିବାର ଯୋଜନା କରିଥିଲେ । ଅଭିଯୁକ୍ତ ଦିଲ୍ଲୀପ ନାୟକଙ୍କ ଘର ଚିହ୍ନଟ କରିଥିଲା । ଅଭିଯୁକ୍ତ ସରପଞ୍ଚ ଧିରଜକୁ ଓରଫ ପପୁକୁ ଗୋଟିଏ ପିସ୍ତଲ ଓ ୩ରାଉଣ୍ଡ ଗୁଳି ଦେଇଥିଲେ ବୋଲି ଅନୁସନ୍ଧାନରୁ ଜଣାପଡିଛି ।

Leave A Reply