Odisha news

ଲିଭିଂ ହୁ୍ୟାନିଟି ପକ୍ଷରୁ ଲେପ୍ରସି କଲୋନୀରେ କୁଷ୍ଠରୋଗୀଙ୍କୁ ମାସ୍କ ଓ ଚକୋଲେଟ ବଣ୍ଟନ

0

ପୁରୀ : ପୁରୀ ଲେପ୍ରସି କଲୋନୀରେ କୁଷ୍ଠ ରୋଗୀଙ୍କୁ ମାସ୍କ ଓ ଚକୋଲେଟ ବଣ୍ଟନ କରାଯାଇଛି । ଏଥିସହିତ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା ଲାଗି ସଚେତନତା ସୃଷ୍ଟି କରାଯାଇଥିଲା । ମଣିଷ ଭିତରେ ଲୁଚି ରହିଥିବା ମାନବିକତାକୁ ଜାଗ୍ରତ କରାଇବା ଓ ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଲକ୍ଷ୍ୟ ନେଇ କାର୍ଯ୍ୟରତ ଲିଭିଂ ହୁ୍ୟାନିଟି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟଯେ ଲିଭିଂ ହୁ୍ୟାନିଟି ପକ୍ଷରୁପୁରୀ ଲେପ୍ରସି କଲୋନୀରେ ପ୍ରତି ୧୫ ଦିନରେ ରୋଗୀମାନଙ୍କ ଘା ସଫା, ଚିକିସôା, ଔଷଧ ବଣ୍ଟନ ଓ ଅନ୍ୟାନ୍ୟ ସେବା କାର୍ଯ୍ୟ କରାଯାଇ ଆସୁଛି । ସଂପ୍ରତି ଖୋର୍ଦ୍ଧା, ପୁରୀ ଓ ଯାଜପୁର ପ୍ରଭୁତି ଜିଲ୍ଲାରେ ସଂଗଠନ ପକ୍ଷରୁ ପୁଲିସ, ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଦୁଃଖୀ ଓ ଅସହାୟମାନଙ୍କୁ ମାସ୍କ ପିଇବା ପାଣି ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି ।

Har Ghar Tiranga

Leave A Reply