Odisha news

୪୭ଜଣ ହସ୍ପିଟାଲ କର୍ମଚାରୀ ୧୪ ମାସ ହେଲା ଦରମା ନ ପାଇବାରୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0

ପୁରୀ :ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅଧୀନରେ ଜିଲ୍ଲା ସଦର ମୁଖ୍ୟ ଚିକିସôାଳୟରେ କାଯ୍ୟରତ ୪୭ଜଣ କର୍ମଚାରୀଙ୍କୁ ଦୀର୍ଘ ୧୪ମାସ ଧରି ଦରମା ମିଳିନାହିଁ । ୨୦୧୯ ମସିହା ଫେବୃଆରୀ ମାସ ଠାରୁ ସଂପୃକ୍ତ କର୍ମଚାରୀମାନେ ଏ ପର୍ଯ୍ୟନ୍ତ ଦରମା ପାଇନାହାନ୍ତି । ୨୦୦୩ ମସିହାରୁ ଦୀର୍ଘ ୧୬ବର୍ଷ ହେବ ହସ୍ପିଟାଲରେ ଆଟେଣ୍ଡାଣ୍ଟ ଓ ସୁଇପର ଭାବେ କାର୍ଯ୍ୟ କରି ଆସୁଥିବା ଏହି କର୍ମଚାରୀମାନେ ଦୀର୍ଘଦିନ ଦରମା ନ ପାଇ ଘୋର ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଛନ୍ତି । ନିଜନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ଏହି କର୍ମଚାରୀମାନେ ଦୀର୍ଘଦିନ ଧରି ଦରମା ପାଇନଥିବା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କୁ ବାରମ୍ବାର ଅବଗତ କରିଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ବୁଧବାର ଏହି କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ସେମାନଙ୍କ ସମସ୍ୟା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଆଜିର ଧାରଣାରେ ଅସୀମା ରାୟଗୁରୁ, ସଞ୍ଜୁକ୍ତା ଶତପଥୀ, ବାଳକୃଷ୍ଣ ବେହେରା, ବିମଳା ନାୟକ, ପ୍ରତିମା ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଧାରଣରତ କର୍ମଚାରୀମାନେ ଅଭିଯୋଗ କରିଥିଲେ ଯେ ବକେୟା ଦରମା ନପାଇପାରୁ ପରିବାର ଚଳାଇବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଅର୍ଦ୍ଧାହାର ଓ ଅନାହାରରେ ପରିବାରର ଦିନ କଟୁଛି । ହସ୍ପିଟାଲର କର୍ମଚାରୀଙ୍କୁ କରୋନା ଯୋଦ୍ଧା ବୋଲି କୁହାଯାଉଥିବା ବେଳେ ଦୀର୍ଘ ୧୪ମାସ ଧରି ସେମାନଙ୍କୁ ଦରମା ମିଳୁନାହିଁ । ଯଥାଶୀଘ୍ର ଏହି କର୍ମଚାରୀମାନଙ୍କ ନାର୍ଯ୍ୟ ବକେୟା ପ୍ରାପ୍ୟ ପ୍ରଦାନ ଦିଗରେ ପଦକ୍ଷେପ ଲାଗି ସେମାନେ ଦାବି କରିଛନ୍ତି ।

Nalco
Leave A Reply