Odisha news

ପୁଣି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍

0

ଭୁବନେଶ୍ବର: ଗତ ଶନିବାର ଓ ରବିବାର ଭଳି ଆଜିଠାରୁ ବି ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ କଟକଣା ଲାଗୁ ହୋଇଛି । କରୋନା ସଂକ୍ରମଣ ରୋକିବାକୁ ସପ୍ତାହ ଶେଷର ଦୁଇ ଦିନରେ ସରକାର ଲଗାଇଛନ୍ତି ଏହି କଟକଣା।ଏହାର ପ୍ରଭାବ ଆଜି ରାଜ୍ୟର ୧୧ ଜିଲ୍ଲାରେ ଦେଖିବାକୁ ମିଳିଛି। ଆଜି ସକାଳୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏସବୁ ଜିଲ୍ଲାରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ସଟଡାଉନ୍ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଥିବା ହେତୁ ସେହି କାମ ଚାଲିଛି। କିନ୍ତୁ ଯେଉଁମାନେ କୌଣସି ଜରୁରୀ କାମ ନ ଥାଇ ବାହାରକୁ ବାହାରୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖିଛି ପୁଲିସ୍। ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ କଡ଼ା ଚେକିଂ ଚାଲିଥିବାର ଦେଖିବାକୁ ମିଳିଛି। ଲୋକେ ବି ଏହି ସଟଡାଉନ୍ କଟକଣାକୁ ମାନୁଥିବା କୁହାଯାଉଛି। ବିଶେଷ କରି ଆଜିଠାରୁ ରଜ ପର୍ବ ଆରମ୍ଭ ହେଉଥିବା ହେତୁ ପୁଲିସ୍ ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।

Leave A Reply