Odisha news

ଦୁଇଶହ ବର୍ଷର ରଥଯାତ୍ରା ଭାଙ୍ଗିଲା ପରମ୍ପରା

0

ତାଳଚେର  : କେଉଁ ରାଜା ମହାରାଜା ଅମଳରୁ ଦୀର୍ଘ ଦୁଇଶହ ବର୍ଷରୁ ଉଦ୍ଧ୍ୱର୍ହେବ ତାଳଚେର ପ୍ରସିଦ୍ଧ ରଥଯାତ୍ରା ସୂଚାରୁ ରୂପେ ପାଳିତ ହୋଇଆସୁଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଚଳିତ ବର୍ଷ ଏକ ଷ୍ଟିଲରେ ନିର୍ମିତ ଛୋଟରଥକୁ ଅଣାଯାଇ ରଥଯାତ୍ରା କରାଯିବା ନେଇ ଶାସକ ଓ ପ୍ରଶାସକଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ଜଗନ୍ନାଥ ପ୍ରେମୀଙ୍କ ମହଲରେ ଗଭୀର ଅସନ୍ତୋଷ ଦେଖାଦେଇଛି । ପୁନଃଶ୍ଚ ପୁରୀ ଜଗନ୍ନାଥ ମହାପ୍ରଭୂଙ୍କ ଆକୃତି ଅନୁଯାୟୀ ତାଳଚେର ଜଗନ୍ନାଥଙ୍କ ଆକୃତି ଠିକ୍ ସେହିଭଳି । ଉକ୍ତ ଷ୍ଟିଲ ରଥରେ ଏହି ତିନି ଠାକୁର ମଧ୍ୟରୁ ଜଣେ ବି ମହାପ୍ରଭୂ ଏହି ରଥରେ ବସିବା ପାଇଁ ଆଦୌ ସମ୍ଭବପର ନୁହଁ । ତେଣୁ ଏପରି ଏକ ଅବସ୍ଥାବ ନୀତି ଓ ବିକୃତ ମାନସିକତା ଶହଶହ ବର୍ଷର ପରମ୍ପରାକୁ ଆଜି ଧୂଳିସାତ୍ କରିଦେଇଛି ।

ଶିଳ୍ପନଗରୀ ତାଳଚେର ଅଂଚଳରେ ଛୋଟବଡ଼ ନାନାଦି ଶିଳ୍ପକାରଖାନା ମାନ ମୁଣ୍ଡଟେିକିଛି । ରାଜ୍ୟ ଓ କେନ୍ଦ୍ର ସରକାର ବାର୍ଷିକ ହଜାର ହଜାର କୋଟିଟଙ୍କା ରାଜସ୍ୱ ଆକାରରେ ଏହି ତାଳଚେରରୁ ନେଇଥାନ୍ତି । ଅଂଚଳର ବିକାଶ ପାଇଁ ଡ଼ିଷ୍ଟିକ୍ ମିନିରାଲ ଫଣ୍ଡ (ଡ଼ିଏମ୍ଫଣ୍ଡ)ରେ କୋଟି କୋଟିଟଙ୍କା ଗଚ୍ଛିତ ରହିଥିବା ବେଳେ ଏହି ଟଙ୍କା କାହାସ୍ୱାର୍ଥରେ ଲାଗିବ ବୋଲି ତାଳଚେରରେ ଚର୍ଚ୍ଚାର ପରିସରକୁ ଆସିଛି । ଏଠାରେ ଟାଣୁଆ ଲୋକପ୍ରତିନିଧିମାନେ ଥାଇ ଏପରି ଏକ ଅସୁନ୍ଦର ଓ ଅବାସ୍ତବ ରଥଯାତ୍ରା ବୈଠକରେ ନିଷ୍ପତ୍ତି ଏକ ଅତ୍ୟନ୍ତ ପକ୍ଷେ ଦୁର୍ଭାଗ୍ୟ ଜନକ ହୋଇଛି ।
ଦୀର୍ଘ ଦୁଇଶହ ବର୍ଷରୁ ଉଦ୍ଧ୍ୱର୍ କାଠରେ ନିର୍ମିତ ୨ଟିରଥ ସେଥିମଧ୍ୟରୁ ଗୋଟିଏ ବଡ଼ ଗୋଟିଏ ଛୋଟରଥ ନିର୍ମାଣ ହୋଇଥାଏ ।

ବଡ଼ରଥରେ ତିନି ଠାକୁର ଗଲାବେଳକୁ ଛୋଟରଥରେ ମଧ୍ୟ ସେହିପରି ତିନି ଠାକୁର ଯେଉଁ ରଥଟିକୁ ଛୋଟପିଲାମାନେ ଟାଣିଥାନ୍ତି । ଏହି ରଥଯାତ୍ରାରେ ତାଳଚେର ସମେତ ଏହା ଆଖପାଖ ଅଂଚଳରୁ ହଜାର ହଜାର ସଂଖ୍ୟକ ଭକ୍ତ ଠାକୁରଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଯାତ୍ରା ପୂର୍ବରୁ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଠାରୁ ଏହି ରଥ ନିର୍ମାଣ କାର୍ଯ୍ୟ ହୋଇଥାଏ । ରଥଯାତ୍ରା ପାଇଁ ବାଦାନ୍ୟବ୍ୟକ୍ତି ଓ ପ୍ରଶାସନ ସାହାଯ୍ୟ ସହଯୋଗରେ ଲକ୍ଷଲକ୍ଷଟଙ୍କା ବିନିଯୋଗ କରାଯାଇଥାଏ । ମାତ୍ର କାଠନିର୍ମିତ ଏହି ରଥ ବନ୍ଦ ହୋଇାଯିବା ଫଳରେ ତାଳଚେର ଅଂଚଳରେ ଭକ୍ତିଭାବ ଆବେଗକୁ ଶକ୍ତଧକ୍କା ଦେଇଥିବା ଅବସ୍ଥା ସୃଷ୍ଟି କରିଛି ।

Leave A Reply