କୋରେଇ ୨୩ା୦୫ : ବ୍ୟାସନଗର ତହସିଲ ଅନ୍ତର୍ଗତ ତାରାକୋଟ ରାଜସ୍ୱନିରିକ୍ଷକ କାର୍ଯ୍ୟାଳୟ ଅଧିନ ବୈତରଣୀ ନଦୀର ମୁକୁନ୍ଦପୁର ତାଳପଡିଆ (ଗଣ୍ଡିଆ ସାହି) ଘାଟରୁ ବାଲି ଉଠା ଯାଉଥିବା ବେଆଇନ ଘାଟ ରାସ୍ତାକୁ ପ୍ରଶାସନ ବନ୍ଦ କରିଦେଇଛି ।
ଆଜି ବ୍ୟାସନଗର ତହସିଲଦାରଙ୍କ ନିଦେ୍ର୍ଦଶରେ କୋରେଇ ପୁଲିସ୍ ସହଯୋଗରେ ତହସିଲ କର୍ତୃପକ୍ଷ ଜେସିବ ଲଗାଇ ଏହି ରାସ୍ତାକୁ ଖୋଲିଦେବା ସହ ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି । ସୂଚନା ଥାଉକି ଗତ ୧୬ ତାରିଖରେ ଏହି ରାଜସ୍ୱନିରିକ୍ଷକ କାର୍ଯ୍ୟାଳୟ ଅଧିନ ମଥୁରାପୁର ଓ ନୟାହାଟ ମୌଜାରୁ ବେଆଇନ ବାଲି ଉଠୁଥିବା ବେଳେ ତହସିଲ ପ୍ରଶାସନ ପକ୍ଷରୁ ଏହି ଘାଟର ରାସ୍ତାକୁ ଜେସିବ ଲଗାଇ ଖୋଳି ବନ୍ଦ କରାଯାଇଥିଲା । ମାତ୍ର ବାଲି ମାଫିଆ ମାନେ ଏହାକୁ ଭୃକ୍ଷପ ନକରି ମୁକୁନ୍ଦପୁର ତାଳପଡିଆ (ଗଣ୍ଡିଆ ସାହି) ଘାଟରୁ ବାଲି ଉଠାଉଥିଲେ । ଖବର ପାଇ ତହସିଲଦାର ଏହାକୁ ବନ୍ଦ କରିବାକୁ ସୁପରଭାଇଜରଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ନିଦେ୍ର୍ଦଶ ପାଇ ସୁପରଭାଇଜର ବିଷ୍ଣ ଚରଣ ପଣ୍ଡା, ଆରଆଇ ସେବତୀ ବାନାରା, ତୁଳତୀ ଆରଆଇ ରବିନାରାୟଣ ସାହୁ, ଏଆରଆଇ ବାବୁଲା ସାମାଡ ଓ କୋରେଇ ଥାନା ଏଏସଆଇ ବୃଦ୍ଧ ସେଠୀ ଏପିଆର ଫୋର୍ସକୁ ନେଇ ଘାଟରେ ପହଁଚି ରାସ୍ତାକୁ ଜେସିବ ଲଗାଇ ଖୋଳି ଦେବା ସହ ବାଲି ଉଠୁଥିବା ସ୍ଥାନକୁ ୧୪୪ ଧାରା ଜାରିକରିଛନ୍ତି । ସେହିପରି ବାଲି ଘାଟକୁ ଯାଉଥିବା ବେଳେ କଡମିଆ ଛକରେ (ଓଡି-୦୪ ଏଚ ୨୬୦୯) ଟିପର ବାଲି ନେଇ ଆସୁଥିବା ବେଳେ ସୁପରଭାଇଜର ଶ୍ରୀ ପଣ୍ଡା ଏହାକୁ ଅଟକାଇ ୱାଇଫର୍ମ ମାଗିଥିଲେ । ଡ୍ରାଇଭର ଜଣଙ୍କ କିଛି କାଗଜ ପତ୍ର ଦେଖାଇ ନ ପାରିବାରୁ ଗାଡିଟିକୁ ଆଣି ରାଜସ୍ୱନିରିକ୍ଷକ କାର୍ଯ୍ୟାଳୟରେ ରଖିଛନ୍ତି ।