Odisha news

ପୂର୍ଣ୍ଣ ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଫେରାଦ

0

Ganjam: ସାକ୍ଷୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଫେରାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ସାକ୍ଷୀଙ୍କ ପରିବାର ବର୍ଗ ଏସ୍‌ପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ପ୍ରକାଶ ଥାଉ କି, ଗତ ୧୦ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ରୋହି ଗାଁ ଗ୍ରାମର ପୂର୍ଣ୍ଣ ଜେନାଙ୍କୁ ଏକ ହତ୍ୟା ମାମଲାର ସାକ୍ଷୀ ନ ଦେବା ନେଇ ଧମକ ଦେବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିଲା । ପୂର୍ଣ୍ଣ ବର୍ତ୍ତମାନ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ୍ ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ମାମଲାରେ ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ବଶିଷ୍ଟ ଜେନା, ବାବୁଲା ଜେନା ଓ ତାର ସହଯୋଗୀମା ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ଏହି ଫେରାର ଅଭିଯୁକ୍ତମାନେ ଗ୍ରାମରେ ଅନାୟସରେ ବୁଲୁଥିବା ନେଇ ପୂର୍ଣ୍ଣଙ୍କ ଭାଇ ତଥା କୁକୁଡ଼ାଖଣ୍ଡି ବ୍ଲକର ପୂର୍ବତନ ବିଜେଡ଼ି ସଭାପତି ଓ ରୋହି ଗାଁର ପୂର୍ବତନ ସମିତି ସଭ୍ୟ ସନ୍ୟାସୀ ଜେନା ଏସ୍‌ପି ପିନାକ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏଥିସହ ବଶିଷ୍ଟ ଜେନା ଓ ତାର ସହଯୋଗୀ ଘରକୁ ଆସି ସାକ୍ଷୀ ନ ଦେବା ପାଇଁ ଧମକ ଦେବା ସହ ହତ୍ୟା ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ପରିବାର ବର୍ଗଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ସେ ଓ ତାଙ୍କର ପରିବାର ବର୍ଗ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଉଲ୍ଲେଖ ଯେ, ୨୦୧୫ ମସିହା ସେପ୍ଟମ୍ବର ସାତ ତାରିଖରେ ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ପୂର୍ଣ୍ଣଙ୍କୁ ହତ୍ୟା ଉଦ୍ୟମ କରି ବଶିଷ୍ଟ ଓ ତାଙ୍କ ସହଯୋଗୀ ଗିରଫ ହୋଇଥିଲେ । ଏହାପରେ ୨୦୧୭ ମସିହା ମାର୍ଚ୍ଚ ୧୮ ତାରିଖରେ ପୂର୍ଣ୍ଣଙ୍କ ଭାଇ ଅଶୋକ ଜେନାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ବଶିଷ୍ଟ ଓ ତାର ଅନ୍ୟ ସହଯୋଗୀ ସଂପୃକ୍ତ ଥିବା ବେଳେ ପୂର୍ଣ୍ଣ ଜେନା ମୁଖ୍ୟ ସାକ୍ଷୀ ଥିଲେ ।

Leave A Reply